ଇଣ୍ଡୋନେସିଆ ଚର୍ଚ୍ଚ୍ ବାହାରେ ବିସ୍ଫୋରଣ : ୧୧ ମୃତ

0
846
terrorist attack
terrorist attack
ଇଣ୍ଡୋନେସିଆ : ଇଣ୍ଡୋନେସିଆର ଦ୍ୱିତୀୟ ବଡ ସହର ସୁରାବୟାରେ ହୋଇଛି  ଆତ୍ମଘାତୀ ଆକ୍ରମଣ । ଚର୍ଚ୍ଚ ବାହାରେ ବିସ୍ଫୋରଣ । ଏହି ବିସ୍ଫାରଣରେରେ ୧୧ ଜଣ ବ୍ୟକ୍ତି ମୁତ୍ୟୁବରଣ କରିବା ସହ ୩୦ ଉର୍ଦ୍ଧ୍ବ ଆହତ ହୋଇଥିବା ସୂଚନା ମିଳିଛି ।
ପୋଲିସ୍ ଏହି ଆକ୍ରମଣକୁ ଆତ୍ମଘାତୀ ଆକ୍ରମଣ ବୋଲି କହିଛି । ତିନୋଟି ବିଭିନ୍ନ ଚର୍ଚ୍ଚ ଆତଙ୍କବାଦୀଙ୍କ ଟାର୍ଗେଟରେ ଥିଲା । ସ୍ଥାନୀୟ ସମୟାନୁସାରେ ସକାଳ ୭ଟା ୩୦ ମିନିଟରେ ଆକ୍ରମଣ ହୋଇଥିବା କହିଛି ପୋଲିସ୍ । ତେବେ କୌଣସି ଆତଙ୍କୀ ସଙ୍ଗଠନ ଏହି ଘଟଣା ପାଇଁ ନିଜକୁ ଦାୟୀ କରି ନାହାନ୍ତି ।   ୱେଷ୍ଟ୍ ଜାବାର ପୋଲିସ୍ ପ୍ରବକ୍ତାଙ୍କ କହିବାନୁଯାୟୀ, ତିନୋଟି ଚର୍ଚ୍ଚ ଉପରେ ଆକ୍ରମଣ କରାଯାଇଛି । ସମସ୍ତ ବିସ୍ଫୋରଣ ୧୦ ମିନିଟ୍ ଭିତରେ ହିଁ ହୋଇଛି । ପ୍ରଥମ ବିସ୍ଫୋରଣ ୭ଟା ୩୦ ମିନିଟରେ ହୋଇଥିଲା । ବର୍ତମାନ ସେଠାକାର ପରିସ୍ଥିତି ନିୟନ୍ତ୍ରଣାଧୀନ ଅଛି । ଆହତମାନଙ୍କୁ ହସ୍ପିଟାଲରେ ଭର୍ତି କରାଯାଇଛି । ଏହି ଘଟଣାର ତଦନ୍ତ କରାଯାଉଛି ବୋଲି ପୋଲିସ୍ କହିଛି ।