ଇତିହାସ ମନେ ରଖିବ ତ୍ରିପୁରାର ନିର୍ବାଚନ : ମୋଦୀ

0
841
ଅଗରତାଲା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ  ଶୁକ୍ରବାର ତ୍ରିପୁରାରେ ବିଜେପି ସରକାରର ଶପଥ ଗ୍ରହଣ ସମାରୋହରେ ସାମିଲ ହେବାକୁ ପହଞ୍ଚଛନ୍ତି। ସମାରୋହ ପରେ ପିଏମ ମୋଦୀ ନିଜର ସମ୍ବୋଧନରେ କହିଛନ୍ତି ଯେ ଇତିହାସ ତ୍ରିପୁରାର ଏହି ନିର୍ବାଚନକୁ ମନେ ରଖିବ ଓ ଆମର ନୂତନ ସରକାରର ନୂତନ ଚେହେରା ତ୍ରିପୁରାର ବିକାଶକୁ ଉଚ୍ଚ ସ୍ତରକୁ ନେଇଯିବେ। ପିଏମ କହିଛନ୍ତି ଯେ ଆଜି ପୁଣି ଥରେ ତ୍ରିପୁରାରେ ଦୀପାବଳି ଆସିଛି।  ଯିଏ ଭୋଟ୍ ଦେଇ ନାହାନ୍ତି ଏହା ସେମାନଙ୍କର ମଧ୍ୟ ସରକାର।  ଯିଏ ବିପକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି  ସେମାନଙ୍କୁ ଅନୁରୋଧ ଯେ ଆପଣଙ୍କ ପାଖରେ ଅନୁଭବ ରହିଛି ଏବଂ ଯିଏ କ୍ଷମତାକୁ ଆସିଛନ୍ତି ତାଙ୍କ ପାଖରେ ଅନୁଭବର ଅଭାବ ରହିଛି କିନ୍ତୁ ଉତ୍ସାହ ରହିଛି। ତେଣୁ ଉଭୟ ମିଶି କାମ କରନ୍ତୁ। ପିଏମ ମୋଦୀ ମହାରାଜ ବିକ୍ରମ ସିଂହଙ୍କୁ ମଧ୍ୟ ସ୍ମରଣ କରିଛନ୍ତି। ବିକାଶର ପ୍ରତିଶ୍ରୁତି ନେଇ ପିଏମ କହିଛନ୍ତି ଯେ ତ୍ରିପୁରାରର ପ୍ରତ୍ୟେକ ନାଗରିକ ଆମର ଅଟନ୍ତି।  କ୍ଷମତାରେ ଥିବା ଏବଂ ବିପକ୍ଷରେ ଥିବା ଲୋକେ ଏକାଠି ହୋଇ  ତ୍ରିପୁରାର ବିକାଶ ପାଇଁ କାମ କରିବେ। ଏହାକୁ ନେଇ ମୁଁ ଆଶ୍ଵସ୍ତ ଅଛି। ମୁଁ ବିଶ୍ଵାସ ଏବଂ ଭରସା ଦେବାକୁ ଚାହୁଁଛି ଯେ ଯେଉଁମାନେ ଆମକୁ ଭୋଟ୍ ଦେଇ ନାହାନ୍ତି ଏହି ସରକାର ସେମାନଙ୍କ ପାଇଁ ମଧ୍ୟ ଅଟେ। ତ୍ରିପୁରାର ନିର୍ବାଚନ ପରିଣାମର ମହତ୍ଵ ଉପରେ ମୋଦୀ କହିଛନ୍ତି ଯେ ତ୍ରିପୁରାର ଏହି ନିର୍ବାଚନ ସେହି ହାତ ଗଣତି ନିର୍ବାଚନ ମଧ୍ୟରୁ ଏକ ଯାହାକୁ ଇତିହାସରେ ଚର୍ଚ୍ଚା କରାଯିବ ଏବଂ ବିଶ୍ଳେଷଣ ମଧ୍ୟ କରାଯିବ। ହିନ୍ଦୁସ୍ତାନର ରାଜନୀତିରେ କିଛି ନିର୍ବାଚନ ଏମିତି ରହିଛି ଯାହାକୁ ନେଇ ଲମ୍ବା ସମୟ ପର୍ୟ୍ୟନ୍ତ ଚର୍ଚ୍ଚା କରାଯାଇଛି।