ଇସ୍ତଫା ଦେଲେ ୟେଦୁରପ୍ପା

0
969
yedurappa to take oath as cm
yedurappa to take oath as cm

ବାଙ୍ଗାଲୁର : ଭୋଟିଂକୁ ନଯାଇ ସେ ନିଜର ଅଭିଭାଷଣ ଦେବା ପରେ ଇସ୍ତଫା ଦେବା କଥା ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ  ବିଏସ ୟେଦୁରପ୍ପା । ସହଯୋଗ କରିବାକୁ କଂଗ୍ରେସ ଓ ଜେଡିଏସରୁ ବହୁ ବିଧାୟକ ସମର୍ଥନ ଦେବାକୁ କହିଥିଲେ । କିନ୍ତୁ  ଆବଶ୍ୟକ ସଂଖ୍ୟା ହେଉନଥିବାରୁ ସେ ଇସ୍ତଫା ଦେବାକୁ ସ୍ଥିର କଲେ । ୟେଦୁରପ୍ପାଙ୍କ ଇସ୍ତଫା ପରେ କଂଗ୍ରେସ-ଜେଡିଏସ ମେଂଟ ସରକାର ଗଠନ କରିବା ଏକ ପ୍ରକାର ନିଶ୍ଚିତ ହୋଇଯାଇଛି ।

 ୟେଦୁରପ୍ପାଙ୍କ ଶପଥ ଗ୍ରହଣ ଉତ୍ସବ ଉପରେ ରୋକ ଲଗାଇବାକୁ ସୁପ୍ରିମକୋର୍ଟ ମନା କରିବା  ପରେ  କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଭାବେ ତୃତୀୟ ଥର ପାଇଁ ଶପଥ ଗ୍ରହଣ କରିଥିଲେ ୟେଦ୍ୟୁରପ୍ପା । ଗୁରୁବାର ସକାଳ ୯ଟାରେ କର୍ଣ୍ଣାଟକ ରାଜଭବନ ପରିସରରେ ବିଜେପି ନେତା ବିଏସ ୟେଦୁରପ୍ପାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ ଭଜୁଭାଇ ଭାଲା ।  ଶପଥ ଗ୍ରହଣ ପରେ ସେ ସଂଖ୍ୟାଗରିଷ୍ଠତା ପ୍ରମାଣ କରିବାର ଘୋଷଣା  କରିଥିଲେ ।