ଉଗ୍ର ରୂପ ଧାରଣ କରୁଛି ଆମେରିକା – ରୁଷ ବିବାଦ

0
933
trump-putin
trump-putin
ଆମେରିକା : ଆମେରିକା ଏବଂ ରୁଷ ମଧ୍ୟରେ ଚାଲିଥିବା ଶୀତଳ ଯୁଦ୍ଧ କ୍ରମଶଃ ଉଗ୍ର ରୂପ ଧାରଣ କରୁଛି । ରୁଷ ଉପରେ ମିସାଇଲ ଆକ୍ରମଣ କରିବା ନେଇ ଧମକ ଦେଇଛନ୍ତି ଟ୍ରମ୍ପ୍ ।  ଆକ୍ରମଣ ପାଇଁ  ପ୍ରସ୍ତୁତ ଥିବା କଥା କହିଛନ୍ତି ରୁଷ ରାଷ୍ଟ୍ରପତି ଭ୍ଲାଦମିର୍ ପୁଟିନ ।

 ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ସିରିଆ ରାଷ୍ଟ୍ରପତି ବସର ଅଲ ଅସଦଙ୍କୁ ସାହାଯ୍ୟ କରିବା ଘଟଣାରେ ରୁଷକୁ ଚେତାବନୀ ଦେଇଛନ୍ତି । ଏହା ବ୍ୟତୀତ ରୁଷ ଉପରେ ଆକ୍ରମଣାତ୍ମକ ମନୋଭାବ ପୋଷଣ କରି ମିସାଇଲ ଆକ୍ରମଣ କରିବା ନେଇ ମଧ୍ୟ ଧମକ ଦେଇଛନ୍ତି ଟ୍ରମ୍ପ୍ ।   ଟ୍ରମ୍ପ ନିଜ ଟ୍ୱିଟର ପେଜରେ ଲେଖିଛନ୍ତି କି ରୁଷ ସିରିଆରେ ବିଦ୍ରୋହୀ ଗୋଷ୍ଠୀଙ୍କ ଉପରେ ମିସାଇଲ ମାଡ କରିବା ନେଇ ସଜବାଜ ହେଉଛି । ଏହା ରୁଷର ଅତି ଚାଲାକପଣିଆକୁ ସୂଚାଉଛି । ଯେଉଁ ଶାସକ ତାଙ୍କ ନିଜ ଦେଶର ନାଗରିକଙ୍କ ହତ୍ୟା କରୁଛନ୍ତି ତାଙ୍କୁ ସମର୍ଥନ କରିବା ରୁଷର ମୁର୍ଖାମି ବୋଲି କହିଛନ୍ତି ଟ୍ରମ୍ପ । ରୁଷ ଜଦି ଏପରି ଆକ୍ରମଣରୁ ନ ଓହରେ ତେବେ ରୁଷ ବିପକ୍ଷରେ ମଧ୍ୟ ଆମେରିକା ପାଖରେ ଅନେକ ସ୍ମାର୍ଟ ମିସାଇଲ୍ ସୁସଜିତ ଥିବା କଥା କହିଛନ୍ତି ଟ୍ରମ୍ପ୍ ।

ଟ୍ରମ୍ପ ଏବଂ ଅନ୍ୟ ପାଶ୍ଚାତ୍ୟ ଦେଶ ସମୁହର ନେତାମନେ ରୁଷର ସିରିଆରେ ବିଦ୍ରୋହୀଙ୍କ ଉପରେ ଗ୍ୟାସ ଆକ୍ରମଣ କରିବା ଘଟଣାକୁ ନାପସନ୍ଦ କରିଛନ୍ତି । ଏହା ସହ ରୁଷକୁ ଏଥିନେଇ ଅନେକ ମୂଲ୍ୟ ଦେବାକୁ ପଡିବ ବୋଲି ସେମାନେ ଧମକ ଦେଇଛନ୍ତି । ସିରିଆର ଏକ ସହର ଦୁମାରେ ବିଷାକ୍ତ ଗ୍ୟାସ ଆକ୍ରମଣ ଘଟଣାରେ ଜଡିତ ଥିବା ଦେଶ ବିରୋଧରେ ଦ୍ରୁଢ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଏକ କମିଟି ମଧ୍ୟ ଗଠନ କରିବା ପାଇଁ ୟୁଏନକୁ ଆମେରିକା ପ୍ରସ୍ତାବ ଦେଇଛି  । ଯହା ରୁଷକୁ ଅଡୁଆରେ ପକାଇଛି ।

ଏହି ଘଟଣାରେ ରୁଷ ନିଜର ପକ୍ଷ ରଖି କହିଛି କି ରସାୟନିକ ଅସ୍ତ୍ର ପ୍ରୟୋଗ ସହ ତାହାର କିଛି ସମ୍ପର୍କ ନାହିଁ  । ସିରିଆକୁ ବଦନାମ କରିବା ପାଇଁ ବିଦ୍ରୋହୀମାନେ ଏପରି ଷଡଯନ୍ତ୍ର ରଚିଥିବା ଅଭିଯୋଗ କରିଛି ରୁଷ । ଆମେରିକା ଯଦି କିଛି ନବୁଝି ଆମ ଉପରେ ଆକ୍ରମଣ କରେ ତେହାଲେ ଆମେ ମଧ୍ୟ ପ୍ରସ୍ତୁତ ଥିବା କଥା କହିଛନ୍ତି ରୁଷ ରାଷ୍ଟ୍ରପତି ଭ୍ଲାଦମିର୍ ପୁଟିନ । ସଂଯୁକ୍ତ ରାଷ୍ଟ୍ର ଉଭୟ ରୁଷ ଏବଂ ଆମେରିକାକୁ ସଂଯମତା ରକ୍ଷା କରିବା ପାଇଁ ପରାମର୍ଶ ଦେଇଛି । ଅନ୍ୟପକ୍ଷରେ ଏକ ଜାଂଚ୍ କମିଟି ଗଠନ କରି ରାସାୟନିକ ଆକ୍ରମଣର ତଦନ୍ତ କରିବା ପାଇଁ ନିଷ୍ପତି ନେଇଛି ୟୁଏନ ।