ଉତକ୍ଷେପଣ ହେଲା GSAT-6A : ସଶକ୍ତ ହେବ ସେନା

0
821
gsat-6-satellite
gsat-6-satellite
ଶ୍ରୀହରିକୋଟା : ଗୁରୁବାର ସନ୍ଧ୍ୟା ୪ଟା ୫୯ ମିନିଟରେ ସଞ୍ଚାର ଉପଗ୍ରହ ଜିସାଟ-୬ଏ ମହାକାଶକୁ ଉତକ୍ଷେପଣ କରାଯାଇଛି।  ଏହି ଉପଗ୍ରହ ଭାରତୀୟ ସେନାକୁ ସଶକ୍ତ କରିବାରେ ମହତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିବ।
ଭାରତୀୟ ମହାକାଶ ଗବେଷଣକାରୀ ସଂସ୍ଥା(ଇସ୍ରୋ) ସଞ୍ଚାର ଉପଗ୍ରହ ଜିସାଟ-୬ଏ ମହାକାଶକୁ ଉତକ୍ଷେପଣ କରାଯାଇଛି।  ଇସ୍ରୋର ଜିଏସଏଲଭି-ଏଫ୦୮ ରକେଟ୍ ଜରିଆରେ ଏହି ଉପଗ୍ରହକୁ ଶ୍ରୀହରିକୋଟର ମହାକାଶ ଗବେଷଣା କେନ୍ଦ୍ରରୁ ଉତକ୍ଷେପଣ କରାଯାଇଛି। ଏହି ଉପଗ୍ରହ ଭାରତୀୟ ସେନାକୁ ସଶକ୍ତ କରିବାରେ ମହତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ଗୁରୁବାର ସନ୍ଧ୍ୟା ୪ଟା ୫୯ ମିନିଟରେ ଏହି ଉପଗ୍ରହକୁ ଉତକ୍ଷେପଣ କରାଯାଇଛି। ୨୦୦୦ କିଲୋଗ୍ରାମ ଓଜନର ଏହି ଉପଗ୍ରହକୁ ନିର୍ମାଣ କରିବାରେ ପ୍ରାୟ ୨୭୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଏହାର ଲମ୍ଵ ୪୯.୧ ମିଟର।  ଶ୍ରୀହରିକୋଟାର ଦ୍ଵିତୀୟ ଷ୍ଟେସନରୁ ଏହାକୁ ଲଞ୍ଚ କରାଯାଇଛି ।  ଏହା ଜରିଆରେ ଭାରତକୁ ନେଟଓ୍ଵର୍କ ପରିଚାଳନା ପ୍ରଯୁକ୍ତିବିଦ୍ୟାରେ ସହାୟକ ହେବ।  ଏଥିରେ ଏସ-ବ୍ୟାଣ୍ଡ କମୁନିକେଶନ ଲିଙ୍କ୍ ପାଇଁ ୬ ମିଟର ବ୍ୟାସର ଏକ ଆଣ୍ଟିନା ରହିଛି।

ଇସ୍ରୋ କହିଛି ଯେ ଏହି ଉପଗ୍ରହର ବିଶେଷତ୍ଵ ଏହା ମଲଟି ବିମ କଭରେଜ ସୁବିଧା ଜରିଆରେ ଭାରତକୁ ମୋବାଇଲ ସଞ୍ଚାର ପ୍ରଦାନ କରିବ। ଏହି ଉପଗ୍ରହରେ ଏସ-ବ୍ୟାଣ୍ଡ କମ୍ୟୁନିକେସନ ଲିଙ୍କ୍ ପାଇଁ ୬ ମିଟରର ଏକ ଆଣ୍ଟିନା ଲାଗିଛି। ଏହା ସହିତ ସି ବ୍ୟାଣ୍ଡ ଫ୍ରିକ୍ୟୁଏନ୍ସି ପାଇଁ ୦.୮ ମିଟରର ଏକ ଆଣ୍ଟିନା ହବ କମ୍ୟୁନିକେସନ ଲିଙ୍କ ପାଇଁ ଲଗାଯାଇଛି। ଏହି  ଉପଗ୍ରହର ଉତକ୍ଷେପଣ ଦ୍ଵାରା  ଉପଗ୍ରହ ଆଧାରିତ ମୋବାଇଲ ସଞ୍ଚାର ଉପକରଣ ସଞ୍ଚାଳନରେ ବହୁତ ସହାୟକ ହେବ।  ଉପଗ୍ରହର ଉତକ୍ଷେପଭ ପାଇଁ ରକେଟରେ କିଛିଟା ପରିବର୍ତ୍ତନ କରାଯାଇଛି। ଉଡାଣର ଦ୍ଵିତୀୟ ପର୍ୟ୍ୟାୟ ପାଇଁ  ସାଟେଲାଇଟକୁ ନେଇଥିବା ଜିଏସଏଲଭି ରକେଟ ପାଖରେ ଉଚ୍ଚ ସ୍ତରର ଇଣ୍ଡକ୍ସନ ଲଗାଯାଇଛି। ଏହା ବ୍ୟତୀତ ରକେଟରେ ଇଲେକ୍ଟ୍ରୋ ହାଇଡ୍ରୋଲିକ୍ ଆକ୍ୟୁଟେସନ ସିଷ୍ଟମ ପରିବର୍ତ୍ତେ ଇଲେକ୍ଟ୍ରୋ କେମିକାଲ ଅଟୋମେସନର ବ୍ୟବହାର କରାଯାଇଛି।