ଉଦ୍ଧାର ହେଲା ଉଡନ୍ତା ସାପ

0
973
Flying-Snake-1
Flying-Snake-1
ବାରିପଦା : ପ୍ରଥମ ଥର ପାଇଁ ବାରିପଦାରେ ଦେଖିବାକୁ ମିଳିଛି ‘ବିରଳ ଉଡନ୍ତା ସାପ’ ।  ଏହି ସାପଟିର ଲମ୍ବ ୧ମିଟରରୁ ଟିକେ ଅଧିକ ଏବଂ ଖୁବ୍ ବିଷାକ୍ତ ବୋଲି ଜଣାପଡ଼ିଛି।
ଓଡ଼ିଶାର ବାରିପଦା ସହରରୁ ‘ବିରଳ ଉଡନ୍ତା ସାପ’ ଉଦ୍ଧାର କରାଯାଇଛି। ଏହି ସାପଟିର ଲମ୍ବ ୧ମିଟରରୁ ଟିକେ ଅଧିକ ଏବଂ ଖୁବ୍ ବିଷାକ୍ତ ବୋଲି ଜଣାପଡ଼ିଛି। ଏହାର ଶରୀରର ରଙ୍ଗ କଳା ଏବଂ ସେଥିରେ ଗାଢ଼ ଲାଲ୍ ରଙ୍ଗର ଦାଗମାନ ଦେଖିବାକୁ ମିଳିଛି । ଏହି ପ୍ରଜାତିର ସାପ ସାଧାରଣତଃ ଭାରତବର୍ଷରେ ଦେଖିବାକୁ ମିଳନ୍ତି ନାହିଁ। ଏହା ପ୍ରଥମ ଥର ପାଇଁ ବାରିପଦାରେ ଦେଖିବାକୁ ମିଳିଛି ବୋଲି ଶିମିଳିପାଳ ଟାଇଗର ରିଜର୍ଭର ମୁଖ୍ୟ କୃଷ୍ଣଚନ୍ଦ୍ର ଗୋଚ୍ଛାୟତ ସୂଚନା ଦେଇଛନ୍ତି ।   ଗତକାଲି ବାରିପଦା ଅନ୍ତର୍ଗତ ଧନପୁର ନିକଟସ୍ଥ ଜଣେ ବ୍ୟକ୍ତିଙ୍କ କାଠ ବୋଝୋଇ ସାଇକେଲରେ ସାପଟି ଥିବାର ଲୋକେ ଦେଖିବାକୁ ପାଇଥିଲେ। ଏ ନେଇ ପଶୁ ଉଦ୍ଧାରାକାରୀ ଦଳକୁ ଖବର ଦେବା ପରେ ଶ୍ରୀଗୋଚ୍ଛାୟତଙ୍କ ନେତୃତ୍ୱରେ ଏକ ଟିମ୍ ପହଞ୍ଚି ସାପକୁ ଉଦ୍ଧାର କରିଛନ୍ତି। ପରେ ସାପଟିକୁ ଶିମିଳିପାଳ ଜଙ୍ଗଲ ବିଭାଗର ନିର୍ଦ୍ଦେଶ କ୍ରମେ ଶିମିଳିପାଳ ଜଙ୍ଗଲରେ ଛାଡି ଦିଆଯାଇଛି। ଏହି ଉଡ଼ନ୍ତା ସାପକୁ ନେଇ ସ୍ଥାନୀୟ ମହଲରେ ଚର୍ଚ୍ଚାର ବିଷୟ ହୋଇଥିବା ବେଳେ ଲୋକେ ଏହାକୁ ଦେଖି ଭୟଭୀତ ହୋଇଯାଇଛନ୍ତି।