ଉନ୍ନାୱ ଗଣବଳତ୍କାର ଅଭିଯୋଗ : ବିଜେପି ବାଧାୟକ ଗିରଫ

0
942
sengar
sengar

ଲକ୍ଷ୍ନୌ: ବହୁ ଚର୍ଚ୍ଚିତ ଉନ୍ନାୱ ଗଣବଳତ୍କାର ଅଭିଯୋଗ ମାମଲାରେ ବିଜେପି ବିଧାୟକ କଲୁପୀପ ସିଂହ ସେନଗାରଙ୍କୁ ସିବିଆଇ ଗିରଫ କରିଛି।  ସିବିଆଇ ଯାଞ୍ଚ କରିବା  ପରେ ଶୁକ୍ରବାର ତାଙ୍କୁ ତାଙ୍କ ବାସଭବନରୁ ଗିରଫ କରାଯାଇଛି।

ୟୁପିର ଯୋଗୀ ଆଦିତ୍ୟନାଥ ସରକାର  କେନ୍ଦ୍ର ସରକାରଙ୍କୁ ସିବିଆଇ ଯାଞ୍ଚ କରିବାକୁ ସୁପାରିଶ କରିଥିଲେ, ଯାହାକୁ କେନ୍ଦ୍ରର ମୋଦୀ ସରକାର ମଞ୍ଜୁର କରିଛନ୍ତି।  ଉତ୍ତରପ୍ରଦେଶ ସରକାରଙ୍କ ଅନୁରୋଧ କ୍ରମେ ଗୁରୁବାର ଦିନ କେନ୍ଦ୍ର ଏହି ମାମଲାରେ ତଦନ୍ତ ଦାୟିତ୍ୱ ସିବିଆଇକୁ ଦେଇଥିଲେ। ପୂର୍ବରୁ ହାଇକୋର୍ଟରୁ ତାତ୍ସଲ୍ୟ ହେବା ପରେ ପୋଲିସ୍‌ କୁଳଦୀପଙ୍କ ବିରୋଧରେ ମାମଲା ରୁଜୁ କରିଥିଲା। ମାମଲାରେ ବିବାଦ ବଢୁଥିବା ଏବଂ ବିରୋଧୀଙ୍କ ଆକ୍ରମଣାତ୍ମକ ଆଭିମୁଖ୍ୟ ଯୋଗୀ ସରକାର ପାଇଁ ଜଟିଳ ପରିସ୍ଥିତି ସୃଷ୍ଟି କରୁଥିଲା।   ଗଣ ବଳାତ୍କାର ଓ ହତ୍ୟାର ସଙ୍ଗୀନ ମାମଲାରେ  ସରକାରକୁ ଚାରିଆଡୁ ସମାଲୋଚନାର ଶିକାର ହେବାକୁ ପଡୁଥିଲା।  ହାଇକୋର୍ଟ ମାମଲାରେ ହସ୍ତକ୍ଷେପ କରିବା ପରେ ୟୁପି ପୋଲିସ ପକ୍ଷରୁ  ମାମଲାର ଯାଞ୍ଚ ସିବିଆଇ ଦ୍ଵାରା କରାଯିବାକୁ ସୁପାରିଶ କରାଯାଇଥିଲା।