ଉନ୍ମୟ ପାଢ଼ୀ ହତ୍ୟା ମାମଲା: ୩ ଅଟକ

0
928
Bhubaneswar-murder-
Bhubaneswar-murder-
ଭୁବନେଶ୍ୱର :  ଉନ୍ମୟ ପାଢୀ ହତ୍ୟା ମାମଲାରେ କମିଶନରେଟ ପୋଲିସ ରବିବାର ଦିନ ତିନି ଜଣଙ୍କୁ ଅଟକ ରଖି ପଚରା ଉଚୁରା ଆରମ୍ଭ କରିଛି। ଭାଇରାଲ ଭିଡିଓରେ ଥିବା ଯୁବତୀ ଓ ତାଙ୍କର ପୁରୁଷ ବନ୍ଧୁଙ୍କୁ ଅଟକ ରଖି ପଚାରା ଉଚୁରା କରୁଛି ପୋଲିସ।
 କୁଆଖିଆ ନଦୀ ପଠାରେ ଉନ୍ମୟ ପାଢୀ ହତ୍ୟା ମାମଲାରେ କମିଶନରେଟ ପୋଲିସ ରବିବାର ଦିନ ତିନି ଜଣଙ୍କୁ ଅଟକ ରଖି ପଚରା ଉଚୁରା ଆରମ୍ଭ କରିଛି। ଏହି ମାମଲାରେ ପୋଲିସ ଭାଇରାଲ ଭିଡିଓରେ ଥିବା ଯୁବତୀ ଓ ତାଙ୍କର ପୁରୁଷ ବନ୍ଧୁଙ୍କୁ ଅଟକ ରଖି ପଚାରା ଉଚୁରା କରୁଛି । ଏହା ବାଦ ପୋଲିସ ଯୁବତୀଙ୍କ ଜଣେ ଭାଇଙ୍କୁ ଅଟକ ରଖିଛି। ସୂଚନାଯୋଗ୍ୟ, ଗତ ବୁଧବାର ସ୍ଥାନୀୟ କୁଆଖାଇ ନଦୀ ପଠାରୁ ଅର୍ଦ୍ଧଦଗ୍ଧ ଅବସ୍ଥାରେ ବିଜେବି ନଗରର ଉନ୍ମୟ ପାଢୀ ନାମକ ଜଣେ ଗଳିତ ଶବକୁ ପୋଲିସ ଉଦ୍ଧାର କରିଥିଲା। ଯୁବକଙ୍କ ପେଟରେ ଛୁରା ମାଡ଼ ହୋଇଥିବା ବେଳେ ତାଙ୍କ ଶରୀରକୁ ପୋଡ଼ି ଦିଆଯାଇଥିବାର ଦେଖାଦେଇଥିଲା। ଯୁବକଙ୍କ ପାଟିରେ ଇଟାଖଣ୍ଡ ମଧ୍ୟ ଭର୍ତ୍ତି କରାଯାଇଥିଲା। ଏଥିସହ ଶବ ଠାରୁ ଅନତି ଦୂରରେ ଲାପଟପ୍ ଓ ପେନଡ୍ରାଇଭ ସହ ଜଣେ ମହିଳାଙ୍କ ଚପଲ ମଧ୍ୟ ସେଠାରୁ ଉଦ୍ଧାର କରିଥିଲା ପୋଲିସ। ଯୁବକଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିବା ପୋଲିସ ପ୍ରଥମେ ସନ୍ଦେହ କରୁଥିଲା।  ମାତ୍ର ପରେ ମୃତ ଯୁବକଙ୍କ ଭାଇ ଚିନ୍ମୟ କହିଥିଲେ ଯେ, ଗତବର୍ଷ ୨୦୧୭ରେ ତାଙ୍କ ଭାଇ ଉନ୍ମୟଙ୍କ ଏକ ଅନ୍ତରଙ୍ଗ ମୂହୁର୍ତ୍ତର ଭିଡ଼ିଓ ଭାଇରାଲ ହୋଇଥିଲା। ଯେଉଁଥିପାଇଁ ତାଙ୍କ ଭାଇ ଜେଲ୍ ମଧ୍ୟ ଯାଇଥିଲେ। ତେବେ ଉନ୍ମୟଙ୍କ ହତ୍ୟା ପଛରେ ଭାଇରାଲ ଭିଡ଼ିଓର ଲିଙ୍କ୍ ଥିବା ଚିନ୍ମୟ ଅଭିଯୋଗ ଆଣିଥିଲେ। ଏହା ପରେ ପୋଲିସ ଘଟଣାର ଖୋଳତାଡ କରି ଭଦ୍ରକରେ ଏକ ଭିଡ଼ିଓ ଭାଇରାଲ ହେଉଥିବା ଜାଣିବାକୁ ପାଇଥିଲା। ଭିଡିଓରେ ଥିବା ଭଦ୍ରକ ଚାନ୍ଦବାଲି ଅଞ୍ଚଳର ସପୃକ୍ତ ଯୁବତୀଙ୍କୁ ଡାକି ପଚରାଉଚୁରା କରିଥିଲେ ମଧ୍ୟ ଯୁବତୀ ଜଣକ ଉନ୍ମୟଙ୍କ ହତ୍ୟା ପଛରେ ତାଙ୍କ ସମ୍ପୃକ୍ତି ନଥିବା ସିଧା ସିଧା ମନା କରିଦେଇଥିଲେ। ପରେ ମଧ୍ୟ ସମ୍ପୃକ୍ତ ଯୁବତୀଙ୍କ ସହ ଉନ୍ମୟଙ୍କ ଅନେକ ଭିଡ଼ିଓ ଭାଇରାଲ ହୋଇଥିବା ପୋଲିସ ଜାଣିବାକୁ ପାଇଥିଲା। ବର୍ତ୍ତମାନ ସୁଦ୍ଧା ଏହି ହତ୍ୟାକାଣ୍ଡର ଅଭିଯୁକ୍ତକୁ ପୋଲିସ ଧରିବାରେ ବିଫଳ ହୋଇଥିବା ବେଳେ ତଦନ୍ତ ପ୍ରକ୍ରିୟା ଜାରି ରଖିଛି।