ଅନୁଗୁଳ : ଅଭିନେତ୍ରୀ ଉଷସୀ ମିଶ୍ରଙ୍କୁ ଦୁର୍ବ୍ୟବହାର ମାମଲାରେ ଅଭିଯୁକ୍ତ ଦୁଷ୍ମନ୍ତ ବେହେରାଙ୍କୁ ଗିରଫ କରିଛି ପୋଲିସ। ଅଭିଯୋଗ ଆଧାରରେ ଦୁଷ୍ମନ୍ତଙ୍କୁ ଗିରଫ କରାଯାଇଥିବା ପାଲଲହଡା ଏସଡିପିଓ ଯୋଶୋବନ୍ତ ସାମଲ ସୂଚନା ଦେଇଛନ୍ତି।
ଓଲିଉଡ ଅଭିନେତ୍ରୀ ଉଷସୀ ମିଶ୍ରଙ୍କୁ ଦୁର୍ବ୍ୟବହାର ମାମଲାରେ ମୁଖ୍ୟ ଅଭିଯୁକ୍ତ ଇନ୍ଦ୍ରମଣି ସାହୁଙ୍କ ଡ୍ରାଇଭର ଦୁଷ୍ମନ୍ତ ବେହେରାଙ୍କୁ ଗିରଫ ଗିରଫ କରିଛି ପୋଲିସ। ଅଭିଯୋଗ ଆଧାରରେ ଦୁଷ୍ମନ୍ତଙ୍କୁ ଗିରଫ କରାଯାଇଥିବା ପାଲଲହଡା ଏସଡିପିଓ ଯୋଶୋବନ୍ତ ସାମଲ ସୂଚନା ଦେଇଛନ୍ତି। ଉଷସୀଙ୍କୁ ଦୁଷ୍ମନ୍ତ ମାରପିଟ କରିଥିବା ଅଭିଯୋଗ ହୋଇଥିଲା। ସୂଚନା ମୁତାବକ, ଇଷ୍ଟର୍ଣ୍ଣ ବ୍ଲୁ ଅପେରାରେ କାମ କରୁଥିବା ଉଷାସୀ ଗତକାଲି ରାତିରେ ଡେରଙ୍ଗରେ ଚାଲିଥିବାବେଳେ ଯାତ୍ରାରେ ଅଭିନୟ କରିବାକୁ ଯାଇଥିଲେ । ରାତି ପ୍ରାୟ ତିନିଟାରେ ସେ ପେଣ୍ଡାଲକୁ ଯିବାବେଳେ ତାଙ୍କୁ ଦେଖିବାକୁ ଭିଡ଼ ଜମିଥିଲା । ଏହି ସମୟରେ ଇନ୍ଦ୍ରମଣି ସ୍ୱାଇଁ ନାମକ ଜଣେ ବ୍ୟକ୍ତିଙ୍କ ପୁଅ ତାଙ୍କୁ ଜୋର୍ରେ ଧକ୍କା ଦେଇଥିଲା । ଏହି ଘଟଣାରେ ରାଗି ଯାଇ ଉଷଶ୍ରୀ ତାକୁ ଚାପୁଡ଼ା ମାରିଥିଲେ । ଏହା ପରେ ଇନ୍ଦ୍ରମଣି ଓ ତାଙ୍କର ଦୁଇ ପୁଅ ଉଷସୀଙ୍କୁ ଅସଦାଚରଣ କରିଥିଲେ ଏବଂ ତାଙ୍କୁ ଚାପୁଡ଼ା ମାରିଥିଲେ ବୋଲି ସେ ସୋସିଆଲ୍ ମିଡ଼ିଆରେ ପୋଷ୍ଟ କରିଛନ୍ତି। ତାଙ୍କୁ ଗାଳି ଗୁଲଜ କରିବା ସହିତ ତାଙ୍କୁ ଗାଡ଼ିକୁ ଭଙ୍ଗରୁଜା କରିଥିଲେ । ଯାତ୍ରାସ୍ଥଳରେ ଏ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା । ଏହା ପରେ ସ୍ଥାନୀୟ ଲୋକ ଯାତ୍ରା କରାଇ ଦେବେ ନାହିଁ ବୋଲି ଜିଦ ଧରିଥିଲେ। ତେବେ ପୋଲିସର ହସ୍ତକ୍ଷେପ ପରେ ଯାତ୍ରା ଆରମ୍ଭ ହୋଇଥିଲା ।
ଏହି ମାମଲାରେ ଆଜି ସକାଳୁ ଉଷସୀ କଣିହାଁ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଘଟଣାର ତଦନ୍ତ କ୍ରମେ ଅଭିଯୋଗ ଆଧାରରେ ପୋଲିସ ଦୁଷ୍ମନ୍ତ ବେହେରାଙ୍କୁ ଗିରଫ କରିବା ସହ ତଦନ୍ତ ପ୍ରକ୍ରିୟା ଜାରି ରଖିଛି।