ଉଷସୀ ମିଶ୍ରଙ୍କୁ ଅସଦାଚରଣ

0
958
usasi mishra
usasi mishra
ଅନୁଗୁଳ : ଅଭିନେତ୍ରୀ ଉଷସୀ ମିଶ୍ରଙ୍କୁ ଅସଦାଚରଣ କରାଯାଇଛି । ଅସଦାଚରଣ କରାଯାଇଥିବା ଅଭିଯୋଗ ହୋଇଛି । ଏହା ସହିତ ତାଙ୍କ କାର୍‌କୁ ମଧ୍ୟ ଭଙ୍ଗାରୁଜା କରାଯାଇଥିବା ନେଇ ଉଷସୀ ମିଶ୍ର ଆଜି ସକାଳେ କଣିହାଁ ଥାନାରେ ଅଭିଯୋଗ କରିଛନ୍ତି ।
ଅନୁଗୁଳ କଣିହାଁରେ ଯାତ୍ରା ପେଣ୍ଡାଲକୁ ଯିବାବେଳେଅଭିନେତ୍ରୀ ଉଷସୀ ମିଶ୍ରଙ୍କୁ ଅସଦାଚରଣ କରାଯାଇଛି ।  ମିଳିଥିବା ପ୍ରାଥମିକ ସୂଚନା ମୁତାବକ, ଇଷ୍ଟର୍ଣ୍ଣ ବ୍ଲୁ ଅପେରାରେ କାମ କରୁଥିବା ଉଷାସୀ ଗତକାଲି ରାତିରେ ଡେରଙ୍ଗରେ ଚାଲିଥିବାବେଳେ ଯାତ୍ରାରେ ଅଭିନୟ କରିବାକୁ ଯାଇଥିଲେ । ରାତି ପ୍ରାୟ ତିନିଟାରେ ସେ ପେଣ୍ଡାଲକୁ ଯିବାବେଳେ ତାଙ୍କୁ ଦେଖିବାକୁ ଭିଡ଼ ଜମିଥିଲା ।  ଏହି ସମୟରେ ଇନ୍ଦ୍ରମଣି ସ୍ୱାଇଁ ନାମକ ଜଣେ ବ୍ୟକ୍ତିଙ୍କ ପୁଅ ତାଙ୍କୁ ଜୋର୍‌ରେ ଧକ୍କା ଦେଇଥିଲା । ଏହି ଘଟଣାରେ ରାଗି ଯାଇ ଉଷଶ୍ରୀ ତାକୁ ଛାପୁଡ଼ା ମାରିଥିଲେ । ଏହା ପରେ ଇନ୍ଦ୍ରମଣି ଓ ତାଙ୍କର ଦୁଇ ପୁଅ ଉଷସୀଙ୍କୁ ଅସଦାଚରଣ କରିଥିଲେ ଏବଂ ତାଙ୍କୁ ଚାପୁଡ଼ା ମାରିଥିଲେ ବୋଲି ସେ ସୋସିଆଲ୍‌ ମିଡ଼ିଆରେ ପୋଷ୍ଟ କରିଛନ୍ତି । ତାଙ୍କୁ ଗାଳି ଗୁଲଜ କରିବା ସହିତ ତାଙ୍କୁ ଗାଡ଼ିକୁ ଭଙ୍ଗରୁଜା କରିଥିଲେ । ଯାତ୍ରା ସ୍ଥଳରେ ଏ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା । ଏହା ପରେ ସ୍ଥାନୀୟ ଲୋକ ଯାତ୍ରା କରାଇ ଦେବେ ନାହିଁ ବୋଲି ଜିଦ ଧରିଥିଲେ । ତେବେ ପୋଲିସର ହସ୍ତକ୍ଷେପ ପରେ ଯାତ୍ରା ଆରମ୍ଭ ହୋଇଥିଲା ବୋଲି ପାଲଲହଡ଼ା ଏସ୍‌ଡିପିଓ ଯଶୋବନ୍ତ ସାମଲ କହିଛନ୍ତି । ଅନ୍ୟପକ୍ଷରେ ଆଜି ସକାଳୁ ଉଷସୀ କଣିହାଁ ଥାନାରେ ଅଭିଯୋଗ କରିଛନ୍ତି  । ଅଭିଯୋଗକୁ ଆଧାର କରି ତଦନ୍ତ କରାଯାଉଛି ବୋଲି ଉତ୍ତର କେନ୍ଦ୍ରାଂଚଳ ଡିଆଇଜି କହିଛନ୍ତି ।