ଉଷସୀ ମିଶ୍ର ଅସଦାଚରଣ ଘଟଣା: ପୁଅ ସହ ଇନ୍ଦ୍ରମଣି ଗିରଫ

0
754
USASI
USASI
ଅନୁଗୁଳ : ଅଭିନେତ୍ରୀ ଉଷସୀ ମିଶ୍ର ଅସଦାଚରଣ ଘଟଣାର ୮ ଦିନ ପରେ ଅଭିଯୁକ୍ତ ଓ ତାଙ୍କ ପୁଅକୁ ଗିରଫ କରାଯାଇଛି। ଗତକାଲି ଉଷସୀ ଓ ସିନେ କଳାକାରମାନେ ପୋଲିସ ଡିଜିଙ୍କ ସହ ସାକ୍ଷାତ କରି ଅଭିଯୁକ୍ତ ଇନ୍ଦ୍ରମଣି ସାହୁ ଓ ତାଙ୍କ ପୁଅକୁ ଗିରଫ କରିବାକୁ ଦାବି କରିଥିଲେ ।
ସୋମବାର ପୋଲିସ ଅଭିଯୁକ୍ତ ଇନ୍ଦ୍ରମଣି ସାହୁ ଓ ତାଙ୍କ ପୁଅକୁ ଗିରଫ କରିଛି। ପୂର୍ବରୁ ଏହି ମାମଲାରେ ଇନ୍ଦ୍ରମଣିଙ୍କ ଡ୍ରାଇଭର ଗିରଫ ହୋଇଥିବା ବେଳେ ଦୀର୍ଘ ୮ ଦିନ ପରେ ଅଭିଯୁକ୍ତ ଓ ତାଙ୍କ ପୁଅକୁ ଗିରଫ କରାଯାଇଛି। ଦୁହିଁଙ୍କୁ ଅଟକ ରଖି ପଚରାଉଚୁରା ଜାରି ରଖିଛି ପୋଲିସ।    ଗତ ୨୨ ତାରିଖ ରାତିରେ ଉଷସୀ ଯାତ୍ରାରେ ଅଭିନୟ କରିବାକୁ ଯିବାବେଳେ ଅସଦାଚରଣର ଶିକାର ହୋଇଥିଲେ। ଏହି ଘଟଣାରେ ଗତକାଲି ଉଷସୀ ଓ ସିନେ କଳାକାରମାନେ ପୋଲିସ ଡିଜିଙ୍କ ସହ ସାକ୍ଷାତ କରି ଅଭିଯୁକ୍ତ ଇନ୍ଦ୍ରମଣି ସାହୁ ଓ ତାଙ୍କ ପୁଅକୁ ଗିରଫ କରିବାକୁ ଦାବି କରିଥିଲେ ।