ଋଷର ସେନା ବିମାନ କ୍ରାସ୍‌: ୩୨ ମୃତ

0
775

ଦାମିକ୍ସ: ଋଷର ଏକ ବିମାନ ସୈନିକଙ୍କୁ ନେଇ ଯାଉଥିବା ବେଳେ ସିରିଆରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଫଳରେ ବିମାନରେ ଯାତ୍ରା କରୁଥିବା ୨୬ ଜଣ ସୈନ୍ୟଙ୍କ ସମେତ ଚାଳକ ଦଳର ୬ ସଦସ୍ୟଙ୍କର ମୃତ୍ୟୁ ଘଟିଛି। ଋଷ ରକ୍ଷା ମନ୍ତ୍ରାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି। ରିୟା ନୋବୋସ୍ତି ନ୍ୟୁଜ୍‌ ଏଜେନ୍‌ସି ଅନୁସାରେ ସିରିଆ ତଟବର୍ତ୍ତି ସହର ଲତାକିଆ ଅଞ୍ଚଳରେ ବିମାନଟି ଦୁର୍ଘଟଣା ଗ୍ରସ୍ତ ହୋଇଥିଲା। ଋଷର ଏହି ବିମାନ୍‌ଟି ଖୋମିମ୍‌ ଏୟାରବେସ୍‌ରେ ଲ୍ୟାଣ୍ଡ କରୁଥିବା ସମୟରେ ଦୁର୍ଘଟଣାରେ ଶିକାର ହୋଇଥିଲା। ଯାନ୍ତ୍ରୀକ ତୃଟି ଯୋଗୁଁ ଏପରି ଘଟିଛି ବୋଲି ପ୍ରାଥମିକ ତଦନ୍ତରେ ଜଣାପଡ଼ିଛି।