ଏଆଇସିସି ମହାଅଧିବେଶନ ଆଜି : ୨୦୧୯ ସାଧାରଣ ନିର୍ବାଚନ ନେଇ ହେବ ଆଲୋଚନା

0
844
rahul
rahul
ଭୁବନେଶ୍ୱର : ଏଆଇସିସିର ତିନି ଦିନିଆ ମହାଅଧିବେଶନ ଆଜିଠାରୁ  ନୂଆଦିଲ୍ଲୀରେ ଅନୁଷ୍ଠିତ ହେଉଛି । ରାହୁଲ ଗାନ୍ଧୀ ଏଆଇସିସି ଅଧ୍ୟକ୍ଷ ହେବା ପରେ ଏହା ପ୍ରଥମ ମହା ଅଧିବେଶନ । ଓଡ଼ିଶାର ପିସିସି ସଭାପତି ପରିବର୍ତ୍ତନ ନେଇ ଆଲୋଚନା ହୋଇପାରେ ବୋଲି ସୂଚନା ମିଳିଛି । ଆସନ୍ତା ୨୦୧୯ ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତ ହେଉଛି କଂଗ୍ରେସ ।

ଆଜି ସନ୍ଧ୍ୟା ୫ଟାରେ ରାହୁଲ ଗାନ୍ଧୀଙ୍କ ଅଧ୍ୟକ୍ଷତାରେ ବୈଠକ ବସିବ । ଏହି ବୈଠକରେ ପିସିସି ସଭାପତି, ଷ୍ଟିଅରିଂ କମିଟି ମେମ୍ବର, ଏଆଇସିସି ସାଧାରଣ ସଂପାଦକ, ରାଜ୍ୟଗୁଡ଼ିକର ପ୍ରଭାରୀ ଉପସ୍ଥିତ ରହିବେ । ଏହି ବୈଠକରେ ସାଧାରଣ ସମ୍ପକଦକ ବିଭିନ୍ୟ କମିଟିର ରିପୋର୍ଟ ଉପସ୍ଥାପନ କରିବେ। ଅଧିବେଶନ ପୂର୍ବରୁ ଏହି ବୈଠକରେ ସମସ୍ତ ବିଷୟ ଅଲୋଚନା କରାଯିବ । ଏହି ଅଧିବେଶନ ୨୦୧୯ ନିର୍ବାଚନ ପାଇଁ ରଣନୀତି କରାଯିବ ବୋଲି ସୂଚନା ମିଳିଛି । ୧୭ ଏବଂ ୧୮ ତାରିଖରେ ନୂଆଦିଲ୍ଲୀ ଇନ୍ଦିରା ଗାନ୍ଧୀ ଇଣ୍ଡୋର ଷ୍ଟାଡିୟମରେ  ଅନୁଷ୍ଠିତ ହେବ କଂଗ୍ରେସ ଦଳର ସାଧାରଣ ଅଧିବେଶନ । ଏଥିରେ ସମଗ୍ର ଦେଶରୁ ପ୍ରାୟ ୧୨ ହଜାରରୁ ଅଧିକ କାର୍ୟ୍ୟକର୍ତ୍ତା ଯୋଗଦେବେ ଏବଂ ସମସ୍ତେ ନିଜର ପକ୍ଷ ରଖିବେ । ଅଧିବେଶନରେ ଯୋଗ ଦେବା ପାଇଁ ଅନେକ ବରିଷ୍ଠ କଂଗ୍ରେସ ନେତା ଦିଲ୍ଲୀରେ ପଂହଁଚିଛନ୍ତି ।