ଏକାଠି ହୋଇ ପାରନ୍ତି କପିଲ ଓ ସୁନିଲ

0
1027
BHOPAL, INDIA - MARCH 10: Bollywood actors and comedians Kapil Sharma and Sunil Grover during a press conference on March 10, 2016 in Bhopal, India. Comedian Kapil Sharma will be back with his new comedy show from April 23 and has already started promotional tours. The show will be aired on Sony Entertainment Television starting April 23. (Photo by Praveen Bajpai/Hindustan Times via Getty Images)

କପିଲ ଶର୍ମାଙ୍କ ନୂଆ ସୋ ‘ଫ୍ୟାମେଲି ଟାଇମକୁ ନେଇ ଚର୍ଚ୍ଚା ଜାରି ରହିଛି । ଖବର ଆସିଛି କି, ସୁନୀଲ ଗ୍ରୋଭର ପୁଣିଥରେ ସୋ’ରେ ଭାଗ ନେଇପାରନ୍ତି । କିନ୍ତୁ ଅପରପକ୍ଷେ, ସୁନୀଲ ଏହାକୁ ଖଣ୍ଡନ କରିଛନ୍ତି । ନିକଟରେ ମୁମ୍ବାଇର ଏକ କାର୍ଯ୍ୟକ୍ରମରେ ସୁନୀଲ ନିଜେ ଏହି ବିଷୟରେ ସୂଚନା ଦେଇଛନ୍ତି । କପିଲ ଶର୍ମାଙ୍କ କମେଡିରେ ଚାରଚାନ୍ଦ ଲଗାଉଥିବା ସୁନୀଲ ଗ୍ରୋଭର ଗଣମାଧ୍ୟମଙ୍କ ସହିତ କଥାବାର୍ତା ହେଉଥିଲା ବେଳେ କହିଛନ୍ତି କି, କପିଲ ଶର୍ମାଙ୍କ ନୂଆ ସୋ ‘ଫ୍ୟାମେଲି ଟାଇମ’ରେ ସେ ଅଂଶ ଗ୍ରହଣ କରୁନାହାନ୍ତି । ଆଶ୍ଚର୍ଯ୍ୟକର କଥା ଏହା କି, ନିକଟରେ କପିଲ ଶର୍ମା କହିଥିଲେ କି, ସେ ସୁନୀଲ ଗ୍ରୋଭରଙ୍କ ସମେତ କାମ କରିବାକୁ ପ୍ରସ୍ତୁତ ହେଉଛନ୍ତି । ଏବେ କିନ୍ତୁ ସୁନୀଲ ଗ୍ରୋଭର ଉପରେ ନିର୍ଭର କରାଯାଉଛି କି, ସେ କପିଲଙ୍କ ସୋ’ରେ ପୁଣିଥରେ କାମ କରିବାକୁ ଆଗ୍ରହ ପ୍ରକାଶ କରୁଛନ୍ତି କି ନାହିଁ । ତେବେ ଏହି ବିବାଦକୁ ନେଇ କପିଲ ଶର୍ମା କହିଛନ୍ତି କି, ‘ଏହି ପ୍ରଶ୍ନ ଆପଣ ସୁନୀଲ ଗ୍ରୋଭରଙ୍କ ପଚାରିବାକୁ ପଡିବ । ମୁଁ ତ ଆପଣଙ୍କୁ ୫୦ ଥର କହି ସାରିଲିଣି ମୋତେ ସୁନୀଲଙ୍କ ସହ କାମ କରିବାକୁ କିଛି ଅସୁବିଧା ନାହିଁ । ଏହା ସୁନୀଲ ହାତରେ ରହିଛି, ସେ ମୋ ସହିତ କାମ କରିବାକୁ ଚାହିଁବେ କି ନାହିଁ ।’