ନୂଆଦିଲ୍ଲୀ: ଏକ୍ସପ୍ରେସୱେ ଓ ହାଇେଓ୍ଵରେ ଘଣ୍ଟା ପ୍ରତି ୧୨୦ କିଲୋମିଟର ଗତିରେ ଦୌଡ଼ିବ ବାହାନ । ନିର୍ମାଣ ଦେଶରେ ଏକ୍ସପ୍ରେସୱେ ଓ ହାଇେଓ୍ଵ ନିର୍ମାଣ ବ୍ୟତୀତ ଦ୍ରୁତ ଗତିରେ ଯାଉଥିବା ଯାନବାହାନର ଉପଲବ୍ଧତାକୁ ଦୃଷ୍ଟିରେ ରଖି ସରକାର ବାହାନର ଗତି ବଢ଼ାଇବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ଆଧାରରେ ଭିନ୍ନ ଭିନ୍ନ ବାହାନର ଗତିର ସୀମା ୧୦ରୁ ୨୦ କିଲୋମିଟର ପର୍ୟ୍ୟନ୍ତ ବଢ଼ାଇଛନ୍ତି।ଏଣିକି ଏମ-୧ ବର୍ଗର ବାହନ(ଚାଳକ+ଅଧିକ ଭାବରେ ୯ସିଟ୍ କ୍ଷମତାଯୁକ୍ତ ଏସୟୁଭି) ଏକ୍ସପ୍ରେସୱେରେ ବାହନ ୧୨୦ କିଲୋମିଟର ଘଣ୍ଟା ପ୍ରତି ଦୌଡ଼ିବ। ସେହିପରି ସାଧାରଣ ରାଜପଥରେ ବାହାନ ଅଧିକ ଭାବରେ ୧୦୦ କିଲୋମିଟର ତଥା ସହରାଞ୍ଚଳ ସଡ଼କରେ ଘଣ୍ଟା ପ୍ରତି ୭୦ କିଲୋମିଟର ଘଣ୍ଟା ପ୍ରତି ଦୌଡ଼ିବ।
ସେହିଭଳି ଏମ୍୨ ତଥା ଏମ୍୩ ବର୍ଗର ବାହାନ(ଚାଳକଙ୍କ ବ୍ୟତୀତ ୯ରୁ ଅଧିକ ସିଟ କ୍ଷମତାଯୁକ୍ତ ଛୋଟ ବସ) ଏକ୍ସପ୍ରେସରେ ୧୦୦ କିଲୋମିଟର ସାଧାରଣ ରାଜପଥ ଉପରେ ୯୦ କିଲୋମିଟର ଅଧିକ ଭାବରେ ଦୌଡ଼ିବ। ସହରାଞ୍ଚଳ ଓ ଅନ୍ୟ ସଡ଼କରେ ଏହି ବାହାନଗୁଡ଼ିକ ଅଧିକଭାବରେ ୬୦ କିଲୋମିଟର ଗତିରେ ଗଡ଼ିବ।