ଏଟିଏମ ଭାଂଗି ୧୨ ଲକ୍ଷ ଲୁଟ

0
761
atm
atm

ଜଗତସିଂହପୁର : ଇଣ୍ଡିଆନ ଓଭରସିଜ ବ୍ୟାଙ୍କରୁ ଲୁଟ ହୋଇଛି ୧୨ ଲକ୍ଷ ଟଙ୍କା । ଲୁଟେରା ମାନେ ଏଟିଏମ ଭାଂଗି ଲୁଟ କରିଥିବା ସୂଚନା ମିଳିଛି।
ରାଜ୍ୟରେ ବୃଦ୍ଧି ପାଇବାରେ ଲାଗିଛି ଏଟିଏମ ଲୁଟ ଘଟଣା। ଟଙ୍କା ଲୁଟ କରିବାକୁ ଏଟିଏମକୁ ଏକ ବଡ ମାଧ୍ୟମ ଭାବରେ ଗ୍ରହଣ କରିଛନ୍ତି ଲୁଟେରା। ଜଗତସିଂହପୁର ତିର୍ତ୍ତୋଲ ଥାନା ସହରାହାଟ ଇଣ୍ଡିଆନ ଓଭରସିଜ ବ୍ୟାଙ୍କରୁ ଲୁଟ ହୋଇଛି। ଗତକାଲି ବିଳମ୍ବିତ ରାତିରେ ଲୁଟେରା ମାନେ ଏଟିଏମ ଭାଂଗି ଲୁଟ କରିଥିବା ସୂଚନା ମିଳିଛି। ଏଟିଏମରୁ ପ୍ରାୟ ୧୧ ଲକ୍ଷ ୨୬ ହଜାର ଟଙ୍କା ଲୁଟ କରି ଲୁଟେରାମାନେ ଫେରାର ହୋଇ ଯାଇଥିବା ଜଣାପଡିଛି। ଘଟଣାସ୍ଥଳରେ ଜଗତସିଂହପୁର ଏସପି ଆର.ପ୍ରକାଶ ପହଞ୍ଚି ଅନୁଧ୍ୟାନ କରିବା ସହ ତିର୍ତ୍ତୋଲ ପୋଲିସ ପ୍ରାଥମିକ ତଦନ୍ତ ଆରମ୍ଭ କରିଛି ।