ଭୁବନେଶ୍ୱର : ସମଗ୍ର ଦେଶରେ ଏଥର ସ୍ୱାଭାବିକ ରହିପାରେ ମୌସୁମୀ। ଘରୋଇ ପାଣିପାଗ ସଂସ୍ଥା ସ୍କାଏମେଟ ପକ୍ଷରୁ ଏହି ପୂର୍ବାନୁମାନ କରାଯାଇଛି। ଆସନ୍ତା ଜୁନ ଓ ସେପଟେମ୍ବରରେ ମୌସୁମୀ ଅଧିକ ବର୍ଷିବ ବୋଲି ସ୍କାଏମେଟ୍ ପକ୍ଷରୁ କୁହାଯାଇଛି।
ସମଗ୍ର ଦେଶରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରଭାବରେ ସ୍ୱାଭାବିକ ରହିବ ବୃଷ୍ଟିପାତ। ଘରୋଇ ପାଣିପାଗ ସଂସ୍ଥା ସ୍କାଏମେଟ ପକ୍ଷରୁ ଏହି ପୂର୍ବାନୁମାନ କରାଯାଇଛି। ବୃଷ୍ଟିପାତ ହାର ମଧ୍ୟ ୯୬ରୁ ୧୦୪ ପ୍ରତିଶତ ମଧ୍ୟରେ ରହିବ। ଆସନ୍ତା ଜୁନ ଓ ସେପଟେମ୍ବରରେ ମୌସୁମୀ ଅଧିକ ବର୍ଷିବ ବୋଲି ସ୍କାଏମେଟ୍ ପକ୍ଷରୁ କୁହାଯାଇଛି। ପୂର୍ବାନୁମାନ ଅନୁଯାୟୀ ୧୧୦ ପ୍ରତିଶତ ଅଧିକ ବୃଷ୍ଟିପାତ ହେବାର ୫ ପ୍ରତିଶତ ସମ୍ଭାବନା ରହିଛି। ୧୦୫ରୁ ୧୧୦ ପ୍ରତିହତ ବୃଷ୍ଟିପାତ ହେବାର ୨୦ ପ୍ରତିଶତ ସମ୍ଭାବନା ରହିଛି। ୯୬ରୁ ୧୦୪ ପ୍ରତିଶତ ବୃଷ୍ଟିପାତ ଅର୍ଥାତ ସ୍ୱାଭାବିକ ମୌସୁମୀର ସମ୍ଭାବନା ୫୫ ପ୍ରତିଶତ ରହିଛି।