ଏନକାଉଂଟରରେ ହିଜବୁଲର ପୋଷ୍ଟର ବୟ ସମୀର ନିହତ

0
763
SAMEER TIGER
SAMEER TIGER

ଜମ୍ମୁ : ଏନକାଉଂଟରରେ ହିଜବୁଲର ପୋଷ୍ଟର ବୟ ନିହତ ହୋଇଛି  ।  ମୃତ ଆତଙ୍କବାଦୀଙ୍କ ମଧ୍ୟରେ ହିଜବୁଲ ମୁଜାହୁଦିନର ଟପ କମାଣ୍ଡର ସମୀର ଟାଇଗର ମଧ୍ୟ ସାମିଲ ଅଛି ।

ଜାମ୍ମୁ କାଶ୍ମୀରର ପୁଲୱାମା ସେକ୍ଟରରେ ପୋଲିସ ଏବଂ ସେନାର ମିଳିତ ଅପରେସନରେ ଦୁଇ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ମୃତ ଆତଙ୍କବାଦୀଙ୍କ ମଧ୍ୟରେ ହିଜବୁଲ ମୁଜାହୁଦିନର ଟପ କମାଣ୍ଡର ସମୀର ଟାଇଗର ମଧ୍ୟ ସାମିଲ ଅଛି । ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ସେନା, ଏସଓଜି ଏବଂ ସିଆରପିଏଫଙ୍କ ସହ ସ୍ଥାନୀୟ ପୋଲିସ ମିଳିତ ଭାବେ ପୁଲୱାମା ଗ୍ରାମରେ ଚଢାଉ କରିଥିଲେ । ସେଠାରେ ଲୁଚିଥିବା ଆତଙ୍କବାଦୀମାନେ ପୋଲିସ ଉପରକୁ ପ୍ରଥମେ ଗୁଳି ଚଳାଇଥିଲେ । ପରେ ପୋଲିସ ପକ୍ଷରୁ ପାଲଟା ଗୁଳି ଚାଳନା କରାଯାଇଥିଲା ।  ଏହି ଏନକାଉଂଟର ଚାଲିଥିବା ସମୟରେ ସ୍ଥାନୀୟ ଲୋକେ ପୋଲିସ ଉପରକୁ ପଥର ମାଡ କରିଥିଲେ । ଏହାକୁ ନେଇ ଯବାନ ଏବଂ ସ୍ଥାନୀୟ ଲୋକଙ୍କ ମଧ୍ୟରେ ସଂଘର୍ଷ ମଧ୍ୟ ଦେଖିବାକୁ ମିଳିଥିଲା ।  ଯେଉଁଥିରେ କିଛି ଯବାନ ଆହତ ହୋଇଥିବା ସୂଚନା ଦିଆଯାଇଛି ।  ସମୀର ଟାଇଗର ୨୦୧୬ରେ ହଜିବୁଲ ମୁଜାହୁଦିନରେ ସାମିଲ ହୋଇଥିଲା । ସମୀର ପୁଲୱାମା  ଅଂଚଳରେ ରହୁଥିବା ବେଳେ ସଂଗଠନ ତରଫରୁ ପୋଷ୍ଟର ବୟ ଭାବେ କାମ କରି ଆସୁଥିଲା । ସମୀର ଆତଙ୍କୀ ବସୀମ ସହ ସାମିଲ ହୋଇ ପୋଲିସ ଉପରକୁ ଗୁଳିଚାଳନା ମଧ୍ୟ କରିଥିଲା ।