ଏନକାଉଂଟରରେ ୨ ମାଓବାଦୀ ମୃତ

0
776
encounter with maoist
encounter with maoist
ନୂଆପଡା :  ବଲାଙ୍ଗୀରରେ  ପୋଲିସର ଏନକାଉଂଟରରେ ଦୁଇଜଣ ମାଓବାଦୀଙ୍କର ମୃତ୍ୟୁ ହୋଇଛି।  ମୃତକ ଦୁଇଜଣଙ୍କ ମଧ୍ୟରେ ଜଣେ କ୍ୟାଡର ମାଓବାଦୀ ରହିଥିବା ସୂଚନା ମିଳିଛି। ଘଟଣାସ୍ଥଳରୁ ଗୋଟିଏ ଇନ୍‌ସାସ ଓ ଗୋଟିଏ ଏକେ-୪୭ ଜବତ କରାଯାଇଛି।
ପୋଲିସକୁ ଏକ  ସଫଳତା ମିଳିଛି । ପୋଲିସର ଏନକାଉଂଟରରେ ଦୁଇଜଣ ମାଓବାଦୀଙ୍କର ମୃତ୍ୟୁ ହୋଇଛି। ମୃତକ ଦୁଇଜଣଙ୍କ ମଧ୍ୟରେ ଜଣେ କ୍ୟାଡର ମାଓବାଦୀ ରହିଥିବା ସୂଚନା ମିଳିଛି। ଏହି କ୍ୟାଡର ମାଓବାଦୀଙ୍କ ନାଁ ସଂଜୀବ ହୋଇଥିବା ସୂଚନା ମିଳିଛି। ସଂଜୀବଙ୍କ ନାଁରେ ଲକ୍ଷାଧିକ ଟଙ୍କାର ପୁରସ୍କାର ରାଶି ଘୋଷଣା ହୋଇଥିଲା । ଘଟଣାସ୍ଥଳରୁ ଗୋଟିଏ ଇନ୍‌ସାସ ଓ ଗୋଟିଏ ଏକେ-୪୭ ଜବତ କରାଯାଇଛି।  ବେଲପଡା ଜଙ୍ଗଲ ଡୁଡୁକାମାଲ ଜଙ୍ଗଲରେ ପୋଲିସ ଏନକାଉଂଟର କରିବା ସମୟରେ ମାଓବାଦୀ ଓ ପୋଲିସଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ସେଠାରେ ଏବେ ବି ସର୍ଚ୍ଚ ଅପରେସନ ଜାରିରହିଛି।

ସେହିପରି ନୂଆପଡ଼ା ବୋଡେନ ବ୍ଲକ କେରାପଦର ଓ ଫରସରା ଗାଁରେ ଦେଖିବାକୁ ମିଳିଛି ମାଓ ପୋଷ୍ଟର। ମୈନପୁର -ନୂଆପଡା ଡିଭିଜନର ମାଓ ସଂଗଠନ ପ କ୍ଷରୁ ମାଓ ପୋଷ୍ଟର ଲଗାଯାଇଥିବା ସୂଚନା ମିଳିଛି । ତେବେ ପୋଲିସର ନିର୍ଯ୍ୟାତନା ସାମ୍ନା କରିବାକୁ ସମସ୍ତଙ୍କୁ ଏକାଠି ହେବାକୁ ପୋଷ୍ଟରରେ ଆହ୍ୱାନ କରାଯାଇଛି। ପୋଲିସ ସାଧାରଣ ଲୋକଙ୍କୁ ହଇରାଣ କରୁଥିବା  ଅଭିଯୋଗ ଆଣିବା ସହ ଏହାକୁ ପ୍ରତିବାଦ କରିଥିବା ପୋଷ୍ଟରରେ ଉଲ୍ଲେଖ କରାଯାଇଛି।