ଏନକାଉଂଟର : ମାଓବାଦୀ ମୃତ

0
893
maoist
maoist
ମାଲକାନଗିରି :  ଛତିଶଗଡ ସୀମାନ୍ତବର୍ତୀ ସୁକମା ଅଂଚଳରେ ପୋଲିସ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ଗୁଳି ବିନିମୟରେ ଜଣେ ମହିଳା ମାଓବାଦୀର ମୃତ୍ୟୁ ହୋଇଥିବାବେଳେ ପ୍ରାୟ ୧୫ ଜଣ କ୍ୟାଡର ଆହତ ହୋଇଛନ୍ତି ।
ଛତିଶଗଡ ଏବଂ ଓଡିଶା ପୋଲିସକୁ ମିଳିଛି ଏକ ବଡ ସଫଳତା । ଦୁଇ ରାଜ୍ୟ ପକ୍ଷରୁ ଚାଲିଥିବା ମିଳିତ କମ୍ବିଂ ଅପରେସନରେ ଛତିଶଗଡ ସୀମାନ୍ତବର୍ତୀ ସୁକମା ଅଂଚଳରେ ପୋଲିସ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ଗୁଳି ବିନିମୟରେ ଜଣେ ମହିଳା ମାଓବାଦୀର ମୃତ୍ୟୁ ହୋଇଥିବାବେଳେ ପ୍ରାୟ ୧୫ ଜଣ କ୍ୟାଡର ଆହତ ହୋଇଛନ୍ତି । ମାଓବାଦୀଙ୍କ ଦେହରେ ଗୁଳି ବାଜିଥିବା ନେଇ ସୂଚନା ଦିଆଯାଇଛି । ପୋଲିସ ଘଟଣା ସ୍ଥଳରୁ ଅନେକ ବିସ୍ଫୋରକ ସହ ଗୁଳିଗୋଳା ଜବତ କରିଛି । ଏହା ସହ ରକ୍ତ ଦାଗ ମଧ୍ୟ ଦେଖିବାକୁ ମିଳିଛି । ଫଳରେ ଆହୁରି ଅନେକ ମାଓବାଦୀ ନିହତ ହୋଇଥିବା ସନ୍ଦେହ କରୁଛି ପୋଲିସ୍ । ବର୍ତମାନ ସୁଧା ମାଓବାଦୀ ଓ ଏସଟିଏଫ ଯବାନଙ୍କ ମଧ୍ୟରେ ଗୁଳି ବିନିମୟ ଜାରି  ରହିଥିବା ନେଇ ବିଜାପୁର ଏସପି ଅଭିଷେକ ମୀନା ସୂଚନା ଦେଇଛନ୍ତି ।