ଏନ୍‌ଡିଏ ଛାଡ଼ିଲା ଟିଡିପି

0
854
naidu-modi
naidu-modi
ନୂଆଦିଲ୍ଲୀ : କେନ୍ଦ୍ର ମନ୍ତ୍ରୀ ମଣ୍ଡଳରୁ ତେଲୁଗୁ ଦେଶମ୍‌ ପାର୍ଟୀ (ଟିଡିପି)ର ସାଂସଦମାନେ ଇସ୍ତଫା ଦେବା ପରେ ଏବେ ଏନ୍‌ଡିଏ ମେଣ୍ଟରୁ ଓହରିଛି ଟିଡିପି । ଏ ନେଇ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍‌ ଚନ୍ଦବାବୁ ନାଇଡୁ ଟ୍ୱିଟ୍‌ କରିଛନ୍ତି ।
 ଆନ୍ଧ୍ରପ୍ରଦେଶର ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦାବିକୁ କେନ୍ଦ୍ର ସରକାର ପ୍ରତ୍ୟାଖାନ କରିବା ପରେ ଏନ୍‌ଡିଏ ମେଣ୍ଟରୁ ଓହରିଛି ଟିଡିପି । ଏହା ସହିତ ଆନ୍ଧ୍ରକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦେବା ନେଇ କଂଗ୍ରେସ ଆଜି ସଂସଦରେ ଆଣିବାକୁ ଥିବା ଅବିଶ୍ୱାସ ପ୍ରସ୍ତାବକୁ ମଧ୍ୟ ସମର୍ଥନ ଜଣାଇବ ବୋଲି ସୂଚନା ମିଳିଛି ।

ଦେଶର ଏବେ ଅଧିକାଂଶ ରାଜ୍ୟରେ ବିଜେପି ସରକାର ରହିଛି । ତେଣୁ ବିଜେପିକୁ ହଟାଇବାକୁ କଂଗ୍ରେସ ସହିତ ଆଂଚଳିକ ଦଳ ଗୁଡ଼ିକ ମଧ୍ୟ ଏକାଠି ହେଉଛନ୍ତି । ଏହାର ନଜର ବିଭିନ୍ନ ଉପ ନିର୍ବାଚନ ଫଳାଫଳରୁ ସ୍ୱଷ୍ଟ ଜଣାପଡ଼ୁଛି । ଏଭଳି ସ୍ଥିତିରେ ଟିଡିପି ଏନ୍‌ଡିଏର ହାତ ଛାଡ଼ି ଦେବାରୁ ବିଜେପିକୁ ଏକ ଶକ୍ତ ଝଟ୍‌କା ଲାଗିଛି ବୋଲି ଚର୍ଚ୍ଚା ଜୋର ଧରିଛି । ଟିଡିପିର ଦୁଇ ମନ୍ତ୍ରୀ କେନ୍ଦ୍ରମନ୍ତ୍ରୀ ମଣ୍ଡଳରୁ ଇସ୍ତଫା ଦେଇଛନ୍ତି । ଟିଡିପିର ୧୬ ଜଣ ସଦସ୍ୟ ଏନ୍‌ଡିଏରେ ରହିଥିଲେ । ଏଣୁ ଏନ୍‌ଡିଏ ମେଣ୍ଟରୁ ୧୬ଟି ଆସନ ହ୍ରାସ ପାଇଛି । ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦେବାକୁ ଆନ୍ଧ୍ର ପ୍ରଦେଶ ବହୁ ଦିନରୁ ଦାବି କରି ଆସୁଥିଲା । ଏହି ଦାବି ପୂରଣ କରିବାକୁ କେନ୍ଦ୍ର ସରକାର ରାଜି ନ ହେବାରୁ ଟିଡିପି ଏହି ଚରମ ନିଷ୍ପତ୍ତି ନେଇଛନ୍ତି । ଏବେ ଏନ୍‌ଡିଏ ମେଣ୍ଟରେ ଅଧିକାଂଶ ସଦସ୍ୟତା ଥିବା ମହାରାଷ୍ଟ୍ରର ଶିବ ସେନା ଦଳ ରହିଛି । ବିଜେପି ଅହଂକାରରେ ଅନ୍ଧ ହୋଇ ଦଳଗୁଡ଼ିକୁ ସାଥିରେ ନେଇ ଚାଲଊୁ ନାହିଁ । ଶିବ ସେନା ବାରମ୍ବାର ଏନ୍‌ଡିଏରୁ ଓହରିବାକୁ ଚେତାବନୀ ଦେଉଛି ।