ଏପ୍ରିଲ୍ ୨ରୁ ସକାଳୁଆ ସ୍କୁଲ

0
948
school students
school students
ଭୁବନେଶ୍ୱର : ସାମ୍ଭାବ୍ୟ ଗ୍ରୀଷ୍ମ ପ୍ରବାହ ନିମନ୍ତେ ଏପ୍ରିଲ୍ ୨ ତାରିଖରୁ ରାଜ୍ୟର ସମସ୍ତ ସ୍କୁଲ ସକାଳୁଆ କ୍ଲାସ ହେବ। ସରକାରୀ ବିଦ୍ୟାଳୟ ସମେତ ଘରୋଇ ଏବଂ ପବ୍ଲିକ ସ୍କୁଲଗୁଡ଼ିକ ମଧ୍ୟ ସକାଳ ୬.୩୦ ରୁ ଦିନ ୧୦ ଟା ପର୍ଯ୍ୟନ୍ତ ସ୍କୁଲ ଖୋଲା ଯିବ। ସରକାରୀ ସ୍କୁଲମାନଙ୍କରେ ପ୍ରତିଦିନ ପୂର୍ବାହ୍ନ ୧୦ଟାରେ ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନଭୋଜନ ଖାଇବାକୁ ଦିଆଯିବ । କୌଣସି ପରିସ୍ଥିତିରେ ବି ସ୍କୁଲ କାର୍ଯ୍ୟ ୧୧ଟାରୁ ଅଧିକ ହେବନି । ସାମ୍ଭାବ୍ୟ ଗ୍ରୀଷ୍ମ ପ୍ରବାହ ନିମନ୍ତେ ରାଜ୍ୟ ସରକାର ଏଭଳି ନିଷ୍ପତି ନେଇଛନ୍ତି।  ଏତତବ୍ୟତିତ ମାର୍ଚ୍ଚ ୩୧ ସୁଦ୍ଧା ସବୁ ପରୀକ୍ଷା ସାରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି।  ମେ’ ୪ରୁ ଖରାଛୁଟି ଘୋଷଣା କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।