ଏପ୍ରିଲ-ଜୁନରେ ରହିବ ଅଧିକ ତାପମାତ୍ରା

0
838
hot summer
hot summer

ନୂଆଦିଲ୍ଲୀ : ଚଳିତ ବର୍ଷ ଦେଶର ଅଧିକାଂଶ ଅଞ୍ଚଳରେ ଏପ୍ରିଲରୁ ଜୁନ ମଧ୍ୟରେ ସ୍ୱାଭାବିକ ତାପମାତ୍ରା ଠାରୁ ଅଧିକ ରହିବ । ଓଡ଼ିଶାରେ ଏହି ସମୟରେ ସାଧାରଣ ତାପମାତ୍ରା ଠାରୁ ଅଧିକ ରହିବ ।

ଭାରତୀୟ ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ଚଳିତ ବର୍ଷ ଦେଶର ଅଧିକାଂଶ ଅଞ୍ଚଳରେ ଏପ୍ରିଲରୁ ଜୁନ ମଧ୍ୟରେ ସ୍ୱାଭାବିକ ତାପମାତ୍ରା ଠାରୁ ଅଧିକ ରହିବ । ପାଣିପାଗ କାର୍ଯ୍ୟାଳୟର ସୂଚନା ଅନୁସାରେ ପୂର୍ବ, ପୂର୍ବ-କେନ୍ଦ୍ରୀୟ ଓ ଦକ୍ଷିଣ ଭାରତରେ ଅଧିକ ତାପମାତ୍ରା ରହିବ । ଓଡ଼ିଶା, ଆନ୍ଧ୍ରପ୍ରଦେଶର ଉପକୂଳବର୍ତ୍ତୀ ଅଞ୍ଚଳ ଓ ତେଲଙ୍ଗାନାରେ ଏହି ସମୟରେ ସାଧାରଣ ତାପମାତ୍ରା ଠାରୁ ଅଧିକ ରହିବ ।  ପାଣିପାଗ କାର୍ଯ୍ୟାଳୟର ପୂର୍ବାନୁମାନ ଅନୁସାରେ ଦେଶର କିଛି ଅଞ୍ଚଳରେ ୨୦୧୭ ଅପେକ୍ଷା ଏବର୍ଷ ସାଧାରଣ ତାପମାତ୍ରା ଅପେକ୍ଷା କମ ରହିବ । ଏବର୍ଷ ଠିକ ସମୟରେ ମୌସୁମୀ ବର୍ଷା ଆସିବ ବୋଲି ଆର୍ଥ ସାଇନସେସ ମନ୍ତ୍ରାଳୟର ସଚିବ ଏମ ରାଜୀବନ କହିଛନ୍ତି । ଆଇଏମଡିର ବୁଲେଟି ଅନୁସାରେ ପଶ୍ଚିମ ରାଜସ୍ଥାନ ଓ ମଧ୍ୟପ୍ରଦେଶର ପୂର୍ବାଞ୍ଚଳ ର କିଛି ଅଞ୍ଚଳରେ ଶନିବାର ମୁଣ୍ଡଫଟା ଖରା ଅନୁଭୂତ ହୋଇ ଥିଲା । ସେହିଭଳି ଜମ୍ମୁ କଶ୍ମୀର, ହିମାଚଳ ପ୍ରଦେଶ, ପଶ୍ଚିମ ରାଜସ୍ଥାନ, ଉତ୍ତର ମଧ୍ୟପ୍ରଦେଶରେ ସ୍ୱାଭାବିକ ତାପମାତ୍ରା ଠାରୁ ଶନିବାର ୩.୧ରୁ ୫.୧ ଡିଗ୍ରୀ ତାପମାତ୍ରା ଅଧିକ ଥିଲା ।

ପାଣିପାଗ କାର୍ଯ୍ୟାଳୟ କହିଛି, ୧୯୦୧ ପରେ ୨୦୧୬ରେ ଦେଶରେ ସର୍ବାଧିକ ତାପମାତ୍ରା ଥିଲା । ରାଜସ୍ଥାନର ଫାଲୋଡିରେ ୫୧ ଡିଗ୍ରୀ ସର୍ବାଧିକ ତାପମାତ୍ରା ରେକର୍ଡ କରାଯାଇଥିଲା । ଆଗାମୀ ଗ୍ରୀଷ୍ମ ଋତୁରେ ତାପମାତ୍ରାରୁ ବଞ୍ଚିବା ପାଇଁ ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି ।