ଭୁବନେଶ୍ୱର : ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ ମାଲ ପରିବହନ ପାଇଁ ଇଲେକ୍ଟ୍ରୋନିକ- ଓ୍ଵେ ବିଲ ଅର୍ଥାତ ଇ-ଓ୍ଵେ ବିଲ ଏପ୍ରିଲ ୧ରୁ ଲାଗୁ ହେବ। ଅର୍ଥ ମନ୍ତ୍ରୀ ଅରୁଣ ଜେଟଲୀ ଜିଏସଟି ପରିଷଦର ବୈଠକ ପରେ ମିଡିଆକୁ ଏହି ସୂଚନା ଦେଇଛନ୍ତି । ଉଦ୍ୟୋଗ ଓ ବ୍ୟବସାୟ ଜଗତ ପାଇଁ ବସ୍ତୁ ଓ ସେବାକର(ଜିଏସଟି) ରିଟର୍ଣ୍ଣ ଭରିବାର ବର୍ତ୍ତମାନ ଥିବା ବ୍ୟବସ୍ଥା ଜୁନ ପର୍ୟ୍ୟନ୍ତ ଜାରି ରହିବ। ରିଟର୍ଣ୍ଣ ଭରିବାର ବର୍ତ୍ତମାନର ଜିଏସଟିଆର-୩ ବି ବ୍ୟବସ୍ଥାକୁ ତିନି ମାସ ପର୍ୟ୍ୟନ୍ତ ବଢ଼ାଇ ଦେଇଛନ୍ତି।
ଜିଏସଟି ପରିଷଦ ଶନିବାର ହୋଇଥିବା ବୈଠକ ପରେ ମିଡିଆକୁ ଏହି ସୂଚନା ଦେଇ ଅର୍ଥ ମନ୍ତ୍ରୀ ଜେଟଲୀ କହିଛନ୍ତି ଯେ କୌଣସି ରାଜ୍ୟ ଭିତରେ ଇ-ଓ୍ଵେ ବିଲକୁ ଏପ୍ରିଲ ୧୫ରୁ ପର୍ୟ୍ୟାୟକ୍ରମେ ଲାଗୁ କରାଯିବ ଏବଂ ଜୁନ ୧ ପର୍ୟ୍ୟନ୍ତ ଏହାକୁ ସବୁ ରାଜ୍ୟରେ ଲାଗୁ କରାଯିବ। ଜେଟଲୀ କହିଛନ୍ତି ଯେ ଜିଏସଟି ରିଟର୍ଣ୍ଣ ଦାଖଲ କରିବା ପାଇଁ ବର୍ତ୍ତମାନର ବ୍ୟବସ୍ଥା ଜିଏସଟିଆର-୩ବିକୁ ତିନି ମାସ ରପ୍ତାନୀକାରୀଙ୍କୁ ଦିଆଯାଇଥିବା ଟ୍ୟାକ୍ସ ଛାଡକୁ ଛଅ ମାସ ଅର୍ଥାତ ସେପ୍ଟେମ୍ବର ପର୍ୟ୍ୟନ୍ତ ଜାରି ରଖିବାକୁ ନିଷ୍ପତ୍ତି ନିଆଯାଇଛି।