ଏପ୍ରିଲ ୨ରୁ ସକାଳୁଆ ନିମ୍ନ ଅଦାଲତ

0
948
judgement
judgement

ଭୁୁବନେଶ୍ୱର : ଏପ୍ରିଲ ୨ରୁ ରାଜ୍ୟର ନିମ୍ନ ଅଦାଲତ ଗୁଡ଼ିକ ସକାଳୁ ଖୋଲାଯିବ । ଏ ନେଇ ହାଇକୋର୍ଟ ରେଜିଷ୍ଟ୍ରି ପକ୍ଷରୁ ସମସ୍ତ ଜିଲ୍ଲାର ଜିଲ୍ଲା ଓ ଦୌରା ଜଜଙ୍କୁ ନିର୍ଦ୍ଦେଶନାମା ଜାରି କରାଯାଇଛି ।

ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଆଗାମୀ ଏପ୍ରିଲ ୨ରୁ ରାଜ୍ୟର ନିମ୍ନ ଅଦାଲତ ଗୁଡ଼ିକ ସକାଳୁ ଖୋଲାଯିବ । ସକାଳ ୭ଟାରୁ କୋର୍ଟ କାର୍ଯ୍ୟ ଆରମ୍ଭ ହୋଇ ମଧ୍ୟାହ୍ନ ୧ଟା ପର୍ଯ୍ୟନ୍ତ ଚାଲିବ । ସକାଳ ୭ଟା ୩୦ରେ କୋର୍ଟ ବସିବ ଓ ୧୦ଟାରୁ ୧୦ଟା ୩୦ ପର୍ଯ୍ୟନ୍ତ ବିରତି ରହିବ । ଗ୍ରୀଷ୍ମ ଅବକାଶ ପର୍ଯ୍ୟନ୍ତ ଏହି ସୂଚୀ ଅନୁସାରେ କୋର୍ଟ ଚାଲିବ ବୋଲି ଜଣାପଡ଼ିଛି । ବ୍ରହ୍ମପୁର, ଛତ୍ରପୁର, ଭୁବନେଶ୍ୱର, କୋରାପୁଟ ସଦର ଓ ପୁରୀ ସଦରକୁ ସକାଳ କୋର୍ଟରୁ ବାଦ ଦିଆଯାଇଥିବା ଜଣାପଡ଼ିଛି ।