ଏବେ ଭର୍ଚୁଆଲ ଆଇଡି : ଦେବାକୁ ପଡ଼ିବ ନାହିଁ ଆଧାର କାର୍ଡ

0
904
aadhar
aadhar

ନୂଆଦିଲ୍ଲୀ :  ଆଧାର ୟୁଜର୍ସ ଏବେ ନିଜ ନିଜର ଭର୍ଚୁଆଲ ଆଇଡି(ଭିଆଇଟି) ତିଆରି କରି ପାରିବେ। ଠିକଣାକୁ ଅପଡେଟ୍ କରିବା ପାଇଁ ମଧ୍ୟ ଏହାର ବ୍ୟବହାର କରାଯାଇ ପାରିବ। ଆଧାର ନମ୍ବର ପରିବର୍ତ୍ତେ ଭର୍ଚୁଆଲ ଆଇଡିକୁ ସ୍ଵୀକାର କରିବା ଆରମ୍ଭ କରିବେ।

ଭାରତୀୟ ବିଶିଷ୍ଟ ପରିଚୟ ପତ୍ର ପ୍ରାଧିକରଣ ସଂସ୍ଥା(ୟୁଆଇଡିଏଆଇ) ମଙ୍ଗଳବାର ଭର୍ଚୁଆଲ ଆଇଡିର ବିଟା ଭର୍ସନର ଶୁଭାରମ୍ଭ କରିଛି। ଶୀଘ୍ର ସେବା ପ୍ରଦାନକାରୀ ସଂସ୍ଥା ଆଧାର ନମ୍ବର ପରିବର୍ତ୍ତେ ଭର୍ଚୁଆଲ ଆଇଡିକୁ ସ୍ଵୀକାର କରିବା ଆରମ୍ଭ କରିବେ। ଆଧାର ୟୁଜର୍ସ ଏବେ ନିଜ ନିଜର ଭର୍ଚୁଆଲ ଆଇଡି(ଭିଆଇଟି) ତିଆରି କରି ପାରିବେ। ଠିକଣାକୁ ଅପଡେଟ୍ କରିବା ପାଇଁ ମଧ୍ୟ ଏହାର ବ୍ୟବହାର କରାଯାଇ ପାରିବ।  ୟୁଆଇଡିଏଆଇ ଆଧାରରେ ଲୋକଙ୍କ ବ୍ୟକ୍ତିଗତ ସୂଚନା ଲିକ୍ ହେବା ଚିନ୍ତା ମଧ୍ୟରେ ଚଳିତ ବର୍ଷ ଭର୍ଚୁଆଲ ଆଇଡି ଲାଗୁ କରିବାକୁ ଘୋଷଣା କରିଥିଲେ। ଆଧାର ନମ୍ବରର ଯାଞ୍ଚ ସମୟରେ ଏବେ ଆପଣ କେବଳ  ଭର୍ଚୁଆଲ ଆଇଡି ଦେଇ ପାରିବେ। ଏହି ପରି ଭାବେ ଆଧାରର ଯାଞ୍ଚ ସୁରକ୍ଷା ପୂର୍ବାପେକ୍ଷା ଅଧିକ ସୁରକ୍ଷିତ ହୋଇ ପାରିବ। ଭର୍ଚୁଆଲ ଆଇଡି ୧୬ ଅଙ୍କ ବିଶିଷ୍ଟ ସଂଖ୍ୟା ହେବ, ଯାହାର ବ୍ୟବହାର ଆଧାର ଜାଗାରେ କରାଯାଇ ପାରିବ। ଜରୁରୀ ସମୟରେ ଆପଣ କମ୍ପ୍ୟୁଟର ଜରିଆରେ ଏହାକୁ ତୁରନ୍ତ ତିଆରି ମଧ୍ୟ କରି ପାରିବେ।  ୟୁଆଇଡିଏଆଇ ମଙ୍ଗଳବାର ଟ୍ଵିଟ୍ କରି କହିଛି ଯେ ଶୀଘ୍ର ସେବା ପ୍ରଦାନକାରୀ ସଂସ୍ଥା ଆଧାର ନମ୍ବର ଜାଗାରେ ଭର୍ଚୁଆଲ ଆଇଡିକୁ ବ୍ୟବହାର କରିବେ। ଆପଣ ଅନଲାଇନ ଠିକଣା ଅପଗ୍ରେଡ କରିବା ପାଇଁ ମଧ୍ୟ ଏହାର ବ୍ୟବହାର କରି ପାରିବେ।

ଏବେ ଆପଣ ଓ୍ଵେବସାଇଟ (http://uidai.gov.in)ରେ ଯାଇ ନିଜର ଭର୍ଚୁଆଲ ଆଇଡି ନମ୍ଵର ତିଆରି କରି ପାରିବେ। ୟୁଆଇଡିଏଆଇ  ଚଳିତ ବର୍ଷ ଜାନୁଆରୀରେ ଭର୍ଚୁଆଲ କାର୍ଡ ଆଣିବାର ଘୋଷଣା କରିଥିଲେ।

View image on Twitter

ଭର୍ଚୁଆଲ ଆଇଡି  ଏକ ପ୍ରକାରର ଟାମ୍ପରିଂ ନମ୍ବର।  ଏହା ୧୬ ଅଙ୍କ ବିଶିଷ୍ଟ।  ଏଥିରେ କିଛି ସବିଶେଷ ତଥ୍ୟ ରହିବ। ୟୁଜର୍ସଙ୍କୁ ପ୍ରତ୍ୟେକ ଆଧାରର ଏକ ଭର୍ଚୁଆଲ ଆଇଡି ପ୍ରସ୍ତୁତ କରିବାକୁ ୟୁଆଇଡିଏଆଇ ସୁଯୋଗ ଦେବ। ଯଦି କୌଣସି ବ୍ୟକ୍ତିଙ୍କୁ ଆଧାରର ସବିଶେଷ ତଥ୍ୟ ଦେବାକୁ ପଡେ ସେହି ସ୍ଥଳେ  ୧୨ ଅଙ୍କର ଆଧାର ନମ୍ବର ବଦଳରେ ସେ  ୧୬ ଅଙ୍କ ବିଶିଷ୍ଟ ଭର୍ଚୁଆଲ ଆଇଡି ଦେଇ ପାରିବେ। ଭର୍ଚୁଆଲ ଆଇଡିର ବ୍ୟବହାର ଜୁନ ୧ରୁ ବାଧ୍ୟତାମୂଳକ ହେବାକୁ ଯାଉଛି।

କେଉଁଠି ତିଆରି କରିବେ ଭିଆଇଡି(ଭର୍ଚୁଆଲ ଆଇଡି ନମ୍ବର)

ଆଧାର ଭର୍ଚୁଆଲ ଆଇଡିକୁ ୟୁଆଇଡିଏଆଇର ପୋର୍ଟାଲରୁ ତିଆରି କରାଯାଇ ପାରିବ। ଏହା ଏକ ଡିଜିଟାଲ ଆଇଡି। ଆଧାର କାର୍ଡଧାରୀ ଏହାକୁ ଅନେକ ଥର ତିଆରି କରି ପାରିବେ। ବର୍ତ୍ତମାନ ସମୟରେ  ଭିଆଇଡି କେବଳ ଗୋଟିଏ ଦିନର ବୈଧତା ରହିଛି। ଏହାର ଅର୍ଥ ଗୋଟିଏ ଦିନ ପରେ ଆଧାରକାର୍ଡଧାରୀ ପୁଣି ଥରେ ତିଆରି କରି ପାରିବେ। ଏହାକୁ କେବଳ ୟୁଆଇଡିଏଆଇ ଓ୍ଵେବସାଇଟରୁ ତିଆରି କରାଯାଇ ପାରିବ।

କେମିତି ତିଆରି କରିବେ ଭିଆଇଡି

୦ ଭିଆଇଡିକୁ ତିଆରି କରିବା ପାଇଁ ୟୁଆଇଡିଏଆଇର ହୋମ ପେଜକୁ ଯାଆନ୍ତୁ।

୦ ଏବେ ଆପଣଙ୍କର ଆଧାର ନମ୍ବର ଦିଅନ୍ତୁ। ଏହା ପରେ ସିକ୍ୟୁରିଟି କୋଡ ଦିଅନ୍ତୁ ଏବଂ ସେଣ୍ଡ ଓଟିପି ଉପରେ କ୍ଲିକ୍ କରନ୍ତୁ।

୦ ଓଟିପି ଦେବା ପରେ  ଆପଣଙ୍କୁ ନୂତନ ଭିଆଇଡି ଜେନରେଟ୍ କରିବାର ବିକଳ୍ପ ମିଳିବ।

୦ ଏବେ ଏହା ଜେନରେଟ୍ ହୋଇଯିବ ଏବଂ ଆପଣଙ୍କର ମୋବାଇଲକୁ ଆପଣଙ୍କର ୧୬ ଅଙ୍କ ବିଶିଷ୍ଟ ଭର୍ଚୁଆଲ ଆଇଡି ପଠାଇ ଦିଆଯିବ।