କେଦାରନାଥ: କେଦାରନାଥରେ ଭାରତୀୟ ବାୟୁସେନାର ଏମ୍-୧୭ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ କେହି ମୃତାହତର ସୂଚନା ମିଳି ନାହିଁ।
ଉତ୍ତରାଖଣ୍ଡର କେଦାରନାଥରେ ଏକ ବଡ଼ ଦୁର୍ଘଟଣା ଘଟିଛି। ସେଠାରେ ଭାରତୀୟ ବାୟୁସେନାର ଏମ୍-୧୭ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ଖବର ଲେଖାଯିବା ସୁଦ୍ଧା ଦୁର୍ଘଟଣାରେ କେହି ମୃତାହତର ସୂଚନା ମିଳି ନାହିଁ। ଏହି ହେଲିକପ୍ଟରରେ ନିର୍ମାଣ କାର୍ଯ୍ୟରେ ଜଡ଼ିତ ଦ୍ରବ୍ୟ ଭରି ରହିଥିଲା। ଗୁପ୍ତକାଶୀରୁ ଏହି ହେଲିକପ୍ଟର କେଦାରନାଥ ଯାଉଥିଲା। ହେଲିକପ୍ଟରରେ ଥିବା ଲୋକେ ସୁରକ୍ଷିତ ଥିବା କୁହାଯାଉଛି। ଦୁର୍ଘଟଣାଗ୍ରସ୍ତ ଯୋଗୁଁ ହେଲିକପ୍ଟର ଅନେକ ଅଂଶ ନଷ୍ଟ ହୋଇଯାଇଛି। କେଉଁ କାରଣ ଯୋଗୁଁ ହେଲିକପ୍ଟରଟି ଦୁର୍ଘଟଣାଗସ୍ତ ହୋଇଛି ତାହା ଜଣାପଡ଼ି ନାହିଁ। ସୂଚନାଯୋଗ୍ୟ, ୨୦୧୩ରେ କେଦରନାଥରେ ପ୍ରାକୃତିକ ଦୁର୍ବିପାକରେ ଅନେକ କ୍ଷୟକ୍ଷତି ହୋଇଥିଲା। ଏହାପରଠାରୁ ସେଠାରେ ନିର୍ମାଣ କାର୍ଯ୍ୟ ଜାରି ରହିଛି।