ଏଲିଅନର ଜୀବନ ଖୋଜିବ ‘ନାସା’ : ଏପ୍ରିଲ ୧୬ରେ ଶୁଭାରମ୍ଭ

0
971
nasa tess
nasa tess

ଓ୍ଵାସିଙ୍ଗଟନ : ଆଗାମୀ ଏପ୍ରିଲ ୧୬ରେ ନାସା ଏଲିଅନର ଜୀବନ ଖୋଜିବାକୁ ଯୋଜନା ରଖିିଛି। ଗ୍ରହ ଅନୁସନ୍ଧାନ କରିବାକୁ ଥିବା ମହାକାଶ ଯାନକୁ ‘ସ୍ପେଶ ଏକ୍ସ’ର ଫାଲକନ-୯ ରକେଟ ସହିତ ଫ୍ଲୋରିଡ଼ାସ୍ଥିତ ଏୟାରଫୋର୍ସ ଷ୍ଟେସନରୁ ଲଞ୍ଚ କରାଯିବାର ଯୋଜନା ରଖାଯାଇଛି। ଆମେରିକାର ଫ୍ଲୋରିଡ଼ାରେ ଏହି ଉପଗ୍ରହର ଶେଷ ପ୍ରସ୍ତୁତି ଚାଲିଛି।

ଆମେରିକାର ମହାକାଶ ସଂସ୍ଥା (ନାସା) ଏଲିଅନର ଜୀବନ ଖୋଜିବାକୁ ‘ଟ୍ରାଞ୍ଜିଟିଙ୍ଗ ଏକ୍ସୋପ୍ଲାନେଟ୍‌ ସର୍ଭେ ସ୍ୟାଟଲାଇଟ(ଟିଇଏସଏସ)’ ମିଶନ ଆଗାମୀ ଏପ୍ରିଲ ୧୬ରେ ଶୁଭାରମ୍ଭ କରିବାକୁ ଯୋଜନା ରଖିିଛି। ଏହି ଅଭିଯାନ ବଳରେ ସୌରଜଗତର ବର୍ହିଭାଗରେ ଥିବା ଗ୍ରହଗୁଡ଼ିର ଅନୁସନ୍ଧାନ କରାଯିବ।  ଟିଇଏସଏସର ତଦନ୍ତକାରୀ ଜଜ ରିକର କହିଛନ୍ତି, ଆମର ଆଶା ଯେ, ଏହି ଗ୍ରହଗୁଡ଼ିକୁ ଟେଲିସ୍କୋପ ମାଧ୍ୟମରେ ଅଧ୍ୟୟନ କରାଯାଇ ଜୀବନର ସମ୍ଭାବନା ସହିତ ଅନ୍ୟ ବିଶେଷତ୍ୱ ଉପରେ ଠିକଣା ଅନୁସନ୍ଧାନ କରାଯିବ।