ଏସଏସସି ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗ : ତଦନ୍ତ କରିବ ସିବିଆଇ

0
818
ssc cbi inquary
ssc cbi inquary

ନୂଆଦିଲ୍ଲୀ: କର୍ମଚାରୀ ଚୟନ ଆୟୋଗ(ଏସଏସି) ପେପର ଲିକ୍ ମାମଲା ରାଜନୈତିକ ରୂପ ନେବା ପରେ ଶେଷରେ ସରକାର ସିବିଆଇ ଯାଞ୍ଚକୁ ମଞ୍ଜୁରୀ ଦେଇଛନ୍ତି। ପରୀକ୍ଷାରେ ହେରଫେରକୁ ନେଇ ଛାତ୍ରମାନଙ୍କ ପ୍ରଦର୍ଶନ ପରେ ସରକାର ଏହି ମାମଲାର ସିବିଆଇ ତଦନ୍ତକୁ ମଞ୍ଜୁରୀ ଦେଇଛନ୍ତି। ଗତ କିଛି ଦିନ ବଡ଼ ସଂଖ୍ୟାରେ ସାରାଦେଶରୁ ଆସିଥିବା ଛାତ୍ର ଏସଏସସି ପେପର ଲିକ ହେବା ବିରୋଧରେ ପ୍ରଦର୍ଶନ କରୁଥିଲେ। ପ୍ରଦର୍ଶନକୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ ସମର୍ଥନ ଦେଇ ସିବିଆଇ ତଦନ୍ତର ଦାବି କରିଥିଲେ।
ସୂଚନା ମୁତାବକ କେନ୍ଦ୍ର ଗୃହ ମନ୍ତ୍ରଣାଳୟର ହସ୍ତକ୍ଷେପ ପରେ ସିବିଆଇ ଯାଞ୍ଚ ଦାବିକୁ ସ୍ଵୀକାର କରାଯାଇଛି। ଗୃହମନ୍ତ୍ରୀ ରାଜନାଥ ସିଂହ ଛାତ୍ରଙ୍କୁ ପ୍ରଦର୍ଶନ ସମାପ୍ତ କରିବାକୁ ଅପିଲ କରି କହିଛନ୍ତି ଯେ ମାମଲାର ତଦନ୍ତ ପାଇଁ ସିବିଆଇକୁ ଆଦେଶ ଦିଆଯାଇଛି। ପରୀକ୍ଷାର୍ଥୀ କମ୍ପାଇଡ ଗ୍ରାଜୁଏଟ ଲେବଲ ଟିୟର-୨ର ସମସ୍ତ ପରୀକ୍ଷାର୍ଥୀ ସିବିଆଇ ଯାଞ୍ଚ ଦାବି କରି ଆନ୍ଦୋଳନ କରୁଥିଲେ। ଏସଏସସି ପରୀକ୍ଷା ଫେବୃଆରୀ ୧୭ ରୁ ୨୨ ମଧ୍ୟରେ ହୋଇଥିଲା। ମାତ୍ର ପରୀକ୍ଷାର୍ଥୀ ନିଜର ଚାରି ଦଫା ଦାବି ପୂରଣ ନକରିବା ପର୍ୟ୍ୟନ୍ତ ଆନ୍ଦୋଳନକୁ ଜାରି ରଖିବାକୁ ନିଷ୍ପତ୍ତି ନେଇଛନ୍ତି। ସିଜିଓ କମ୍ପ୍ଲେକ୍ସ ସ୍ଥିତ ଏସଏସସି ବାହାରେ ୬ ଦିନରୁ ଚାଲି ଆସୁଥିବା ଛାତ୍ରଙ୍କ ପ୍ରଦର୍ଶନ ମାମଲାରେ ହସ୍ତକ୍ଷେପ କରି ରବିବାର ଗୃହ ମନ୍ତ୍ରୀ ରାଜନାଥ ସିଂହ ଏସଏସସି ଅଧ୍ୟକ୍ଷ ଅସୀମ ଖୁରାନାଙ୍କୁ ତଲବ କରିଥିଲେ। ପ୍ରଦେଶ ବିଜେପି ଅଧ୍ୟକ୍ଷ ମନୋଜ ତିଓ୍ଵାରୀ ମଧ୍ୟ ଛାତ୍ରଙ୍କ ସହିତ ଗୃହ ମନ୍ତ୍ରୀଙ୍କୁ ଭେଟିଥିଲେ।

ssc

ଏହି ସମୟରେ ପରୀକ୍ଷାର୍ଥୀମାନେ ରାଜନାଥଙ୍କୁ ନିଜର ଦାବି ବିଷୟରେ ଅବଗତ କରାଇଥିଲେ। ରାଜନାଥ ଛାତ୍ରଙ୍କୁ ଆଶ୍ଵାସନ ଦେଇଛନ୍ତି ଯେ ସେମାନଙ୍କ ସହିତ କୌଣସି ଅନ୍ୟାୟ ହେବ ନାହିଁ। ଖୁରାନା ବୟାନ ଜାରି କରି କହିଛନ୍ତି ଯେ ଆୟୋଗ ପରୀକ୍ଷାରେ କଥିତ ରୂପେ ପେପର ଲିକ ଘଟଣାରେ ସିବିଆଇ ଯାଞ୍ଚର ସୁପାରିଶ କରିବାକୁ ପ୍ରସ୍ତୁତ ଅଛନ୍ତି। ଅନ୍ୟ ପଟେ ସମାଜସେବୀ ଆନ୍ନା ହଜାରେ ମଧ୍ୟ ଛାତ୍ରଙ୍କ ମଧ୍ୟରେ ପହଞ୍ଚି ଅହିଂସାର ପାଠ ପଢ଼ାଇ ନିଜର ସମର୍ଥନ ଘୋଷଣା କରିଥିଲେ।