ଓଟିଭିକୁ ବୟକଟ୍ କଲା ବିଜେଡ଼ି

0
853
bjd press meet
bjd press meet
ଭୁବନେଶ୍ୱର :  ଓଟିଭି ନିରପେକ୍ଷ ଖବର ପରିବେଷଣ କରୁନଥିବା ବିଜେଡ଼ି ଅଭିଯୋଗ କରିଛି।   ଏଣିକି ଓଟିଭି ବିତର୍କ ଭିତ୍ତିକ ଓ ରାଜନୈତିକ କାର୍ଯ୍ୟକ୍ରମକୁ ବୟକଟ୍  କରିଛି ବିଜେଡ଼ି ।ଅନ୍ୟପକ୍ଷରେ ଓଟିଭି ଏହା ଉପରେ ସ୍ପଷ୍ଟୀକରଣ ରଖି ବିଜେଡ଼ି ଆଣିଥିବା ଅଭିଯୋଗକୁ ଖଣ୍ଡନ କରିଛି।
 ଏକ ପ୍ରେସମିଟରେ ବିଜେଡ଼ି ଅଭିଯୋଗ ଆଣିଛି ଯେ ଓଟିଭି ନିରପେକ୍ଷ ଖବର ପରିବେଷଣ କରୁନାହିଁ। ରାଜ୍ୟ ସରକାର ଓ ବିଜେଡିକୁ କାଠଗଡ଼ାରେ ଛିଡ଼ା କରିବାକୁ ଉଦ୍ୟମ କରୁଛି। ବିତର୍କରେ ବିଜେଡିକୁ ପକ୍ଷ ରଖିବାକୁ ସୁଯୋଗ ଦିଆଯାଉନାହିଁ । ଆମ ପ୍ୟାନେଲିଷ୍ଟମାନଙ୍କୁ କୋଣଠେସା କରାଯାଉଛି ବୋଲି ବିଜେଡି ମୁଖପାତ୍ର ପ୍ରତାପ ଦେବ କହିଛନ୍ତି । ବୈଜୟନ୍ତଙ୍କ ନିଲମ୍ବନ ପରେ ଓଟିଭି ଏମିତି ଆଭିମୁଖ୍ୟ ଦର୍ଶାଇଥିବା ଶ୍ରୀ ଦେବ ଅଭିଯୋଗ କରିଛନ୍ତି । ସେ ଆହରି ମଧ୍ୟ କହିଛନ୍ତି ଯେ ଏଣିକି ଓଟିଭି ବିତର୍କ ଭିତ୍ତିକ ଓ ରାଜନୈତିକ କାର୍ଯ୍ୟକ୍ରମରୁ ନିଜକୁ ବିଜେଡ଼ି କ୍ଷାନ୍ତ ରଖିବ। ଯଦି ଆଗକୁ ଓଟିଭି ନିରପେକ୍ଷ ଅବଲମ୍ବନ କରିବ ଏବଂ ଦଳୀୟ ସଦସ୍ୟ ତାହା ଅନୁଭବ କରିବେ ତେବେ ଯାଇଁ ବିତର୍କକୁ ଯିବୁ ବୋଲି ଶ୍ରୀ ଦେବ କହିଛନ୍ତି ।

ଅନ୍ୟପକ୍ଷରେ ଓଟିଭି ଏହା ଉପରେ ସ୍ପଷ୍ଟୀକରଣ ରଖି ବିଜେଡ଼ି ଆଣିଥିବା ଅଭିଯୋଗକୁ ଖଣ୍ଡନ କରିଛି। ଓଟିଭି ଦର୍ଶେଇଛି ଯେ ଓଟିଭି ସର୍ବଦା ନିରପେକ୍ଷ ଖବର ପରିବେଷଣ କରେ। ଖବରର ସବୁ ଦିଗକୁ ତର୍ଜମା କରି ସବୁ ପକ୍ଷକୁ ନଜର ଦେଇଥାଏ। ସବୁ ପକ୍ଷକୁ ନିଜର ପକ୍ଷ ରଖିବାକୁ ସୁଯୋଗ ଦେଇଥାଏ ।

ଏହି ପରିପ୍ରେକ୍ଷୀରେ ଓଟିଭି ମାଲିକ ବା ସାଂସଦ ବୈଜୟନ୍ତ ପଣ୍ଡା ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ ଓଟିଭିର ସମ୍ପାଦକୀୟ ମଣ୍ଡଳୀ ନିଷ୍ପତ୍ତିରେ ମୋର କିଛି ଭୂମିକା ନଥାଏ । ଏହା ଓଡ଼ିଶାର ସର୍ବବୃହତ ଗଣମାଧ୍ୟମ। ପେସାଦାର ଓ ନିରପେକ୍ଷ ପ୍ଲାଟଫର୍ମ ପାଇଁ ଏହା ସର୍ବାଦୃତ। ଏହା କେବେ କାହାର କଣ୍ଠରୋଧ କରେନି ବୋଲି ବୈଜୟନ୍ତ କହିଛନ୍ତି।