ଓଡ଼ିଶା କଂଗ୍ରେସ ପ୍ରଭାରୀ ହେଲେ ଜିତେନ୍ଦ୍ର ସିଂହ

0
1012
jitendra_singh
jitendra_singh
ନୂଆଦିଲ୍ଲୀ : ଓଡ଼ିଶାରେ କଂଗ୍ରେସର ପ୍ରଭାରୀ ଥିବା ବିକେ ହରିପ୍ରସାଦଙ୍କୁ ହଟାଇ ତାଙ୍କ ଜାଗାରେ ଜିତେନ୍ଦ୍ର ସିଂହଙ୍କୁ ଓଡ଼ିଶା ପ୍ରଭାରୀ କରାଯାଇଛି । ଓଡ଼ିଶାରେ କଂଗ୍ରେସର ସ୍ଥିତିକୁ ସୁଧାରିବାକୁ ଏଆଇସିସି ବଡ଼ ଧରଣର ନିଷ୍ପତି ନେଇଛନ୍ତି।

 ରାଜ୍ୟରେ କଂଗ୍ରେସରେ ଗୋଷ୍ଠୀ କନ୍ଦଳ ତୀବ୍ରତର ହେବାରେ ଲାଗିଛି। ଗୋଟିଏ ପରେ ଗୋଟିଏ ନେତା ଦଳ ଛାଡି ଅନ୍ୟ ଦଳରେ ଯୋଗ ଦେଉଛନ୍ତି। ଏହି ସବୁ ମଧ୍ୟରେ ଆଜି ଓଡ଼ିଶା କଂଗ୍ରେସକୁ ନେଇ ଏଆଇସିସି ବଡ଼ ଧରଣର ନିଷ୍ପତି ନେଇଛନ୍ତି। ଅନେକ ବର୍ଷ ଧରି ଓଡ଼ିଶାରେ କଂଗ୍ରେସର ପ୍ରଭାରୀ ଥିବା ବିକେ ହରିପ୍ରସାଦଙ୍କୁ ହଟାଇ ତାଙ୍କ ଜାଗାରେ ଜିତେନ୍ଦ୍ର ସିଂହଙ୍କୁ ଓଡ଼ିଶା ପ୍ରଭାରୀ କରାଯାଇଛି। ଦଳର ହାଇକମାଣ୍ଡ ଏହି ବଡ଼ ନିଷ୍ପତି ନେଇ ଓଡ଼ିଶାରେ କଂଗ୍ରେସର ସ୍ଥିତିକୁ ସୁଧାରିବାରେ ଉଦ୍ୟମ କରିଛନ୍ତି।

ଜିତେନ୍ଦ୍ର ସିଂହ ୟୁପିଏ ସରକାର ଅମଳରେ ପୂର୍ବତନ କେନ୍ଦ୍ର କ୍ରୀଡା ରାଷ୍ଟ୍ରମନ୍ତ୍ରୀ ଥିଲେ। ଏହି ଘଡି ସନ୍ଧି ମୁହୂର୍ତ୍ତରେ ଓଡ଼ିଶାର ପ୍ରଭାରୀ କରାଯାଇଛି। ତାଙ୍କୁ ସମ୍ମୁଖରେ କଂଗ୍ରେସର ସାଂଗଠନିକ ସ୍ଥିତିକୁ ନେଇ ବହୁତ ବଡ଼ ଚ୍ୟାଲେ଼ଞ୍ଜ ରହିଛି। ବିଶେଷକରି ଦଳରେ ଥିବା ଗୋଷ୍ଠୀ କନ୍ଦଳ ସମସ୍ୟାକୁ ସମାଧାନ କରି କଂଗ୍ରେସର ସ୍ଥିତିକୁ ରାଜ୍ୟରେ କେମିତି ମଜଭୁତ କରିବେ ତାହା ଦେଖିବାକୁ ବାକି ରହିଲା। ଏହା ପୂର୍ବରୁ ସେ ରାଜ୍ୟର କଂଗ୍ରେସ ନେତା, ବିଧାୟକ ଓ କର୍ମୀଙ୍କୁ ଭେଟି ଆଲୋଚନା କରିଥିଲେ। ଏହା ପରେ ସେ ସମୀକ୍ଷା ରିପୋର୍ଟ ଏଆଇସିସି ଅଧ୍ୟକ୍ଷଙ୍କୁ ଦେଇଥିଲେ। ଏହି କ୍ରମରେ ଏବେ ଏଆଇସିସି ଜିତେନ୍ଦ୍ର ସିଂହଙ୍କୁ ଓଡ଼ିଶାର ଗୁରୁ ଦାୟିତ୍ୱ ଦେଇଛନ୍ତି ।