ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରୁ ଲୁଟ୍‌: ଲୁଟିନେଲେ ୨ ଶହ ପ୍ୟାକେଟ ସୁନା

0
1052
encounter1
encounter1
ନୟାଗଡ଼ : ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ନୟାଗଡ଼ ରଣପୁର ସାରଙ୍ଗଧରପୁର ଶାଖାରୁ ଲୁଟ୍‌ ହୋଇଛି।  ଦୁର୍ବୃତ୍ତମାନେ  ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରୁ ଲୁଟିନେଲେ ୨ ଶହ ପ୍ୟାକେଟ ସୁନା।
 ନୟାଗଡ଼ ରଣପୁର ସାରଙ୍ଗଧରପୁର ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ଶାଖାରୁ ଲୁଟ୍‌ ହୋଇଛି। ଦୁର୍ବୃତ୍ତମାନେ  ପାଖାପାଖି ୨ ଶହ ପ୍ୟାକେଟ୍ ସୁନା ଓ ୮୦ ହଜାର ଟଙ୍କା ଦୁର୍ବୃତ୍ତମାନେ ବ୍ୟାଙ୍କ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ଲୁଟି ନେଇଥିବା ସୂଚନା ମିଳିଛି। ପ୍ରାପ୍ତ ସୂଚନାନୁଯାୟୀ,  ଆଜି ଅପରାହ୍ଣରେ ୨ଟି ବାଇକରେ ୫ ଜଣ ଦୁର୍ବୃତ୍ତ ଆସିଥିଲେ। ଦୁଇଜଣ ବାଇକ ପାଖରେ ଛିଡା ହୋଇଥିବା ବେଳେ ଜଣେ ବ୍ୟାଙ୍କ ଦ୍ୱାର ପାଖରେ ଓ ଅନ୍ୟ ଦୁଇଜଣ ବ୍ୟାଙ୍କ ଭିତରକୁ ପ୍ରବେଶ କରିଥିଲେ। ବ୍ୟାଙ୍କରେ ପ୍ରବଳ ଭିଡ଼ ଥିବାରୁ ପ୍ରଥମେ ଦୁର୍ବୃତ୍ତ ଦ୍ୱୟ ବନ୍ଧୁକ ଦେଖାଇ ଲୋକମାନଙ୍କୁ ଭୟଭୀତ କରାଇଥିଲେ। ଏକ କୋଠରୀରେ ଲୋକମାନଙ୍କୁ ତାଲା ପକାଇ ଦେଇଥିଲେ। ପରେ ବ୍ୟାଙ୍କ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ବ୍ୟାଙ୍କ ଟ୍ରେଜେରିରୁ ଟଙ୍କା, ସୁନା ଲୁଟି ନେଇ ଫେରାର ହୋଇ ଯାଇଥିବା ଅଭିଯୋଗ ହୋଇଛି। ଖବର ପାଇବା ପରେ ଘଟଣାସ୍ଥଳରେ ସ୍ଥାନୀୟ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଉଲ୍ଲେଖଯୋଗ୍ୟ, ଆଜି ଅନୁଗୁଳ ସିନେମା ରୋଡରେ ଅବସ୍ଥିତ ଆନ୍ଧ୍ର ବ୍ୟାଙ୍କରୁ ଉପରୋକ୍ତ ଯୋଜନା ଭଳି କୋଟିଏରୁ ଅଧିକ ଟଙ୍କାର କ୍ୟାସ ଏବଂ ସୁନାଗହଣା ସବୁକୁ ଗ୍ରାହକ ବେଶରେ ଆସି ଦୁର୍ବୃତ୍ତମାନେ ଲୁଟି ନେଇଛନ୍ତି। ଘଟଣାସ୍ଥଳରେ ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଛି । ବ୍ୟାଙ୍କରେ ଲାଗିଥିବା ସିସିଟିଭି ଫୁଟେଜକୁ ନେଇ ଲୁଟେରାଙ୍କ ଟେର ପାଇବା ନେଇ ପୋଲିସ ଚେଷ୍ଟା କରୁଛି ।