ଓମଫେଡରେ ବିସ୍ଫୋରଣ: ୪ ଶ୍ରମିକ ଗୁରୁତର

0
886
omfed
omfed
ଭୁବନେଶ୍ୱର :ଓମଫେଡ ବୋଟଲିଂ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ଘଟି ୩ ମହିଳାଙ୍କ ସମେତ ୪ ଜଣ ଶ୍ରମିକ ଗୁରୁତର ହୋଇଛନ୍ତି। ସମସ୍ତ ଗୁରୁତରଙ୍କୁ ରଜଧାନୀର ଏକ ଘରୋଇ ମେଡିକାଲରେ ଭର୍ତି କରାଯାଇଛି।
 ସ୍ଥାନୀୟ ଚନ୍ଦ୍ରଶେଖରପୁର ସ୍ଥିତ ଓମଫେଡ ବୋଟଲିଂ ଫ୍ୟାକ୍ଟ୍ରିରେ ଅଘଟଣ ଘଟିଛି। ଶନିବାର ସକାଳ ୮ଟାରେ ଷ୍ଟାବିଲାଇଜର ଫାଟିବାରୁ ବିସ୍ଫୋରଣ ଘଟି ୩ ମହିଳାଙ୍କ ସମେତ ୪ ଜଣ ଶ୍ରମିକ ଗୁରୁତର ହୋଇଛନ୍ତି। ସମସ୍ତ ଗୁରୁତରଙ୍କୁ ରଜଧାନୀର ଏକ ଘରୋଇ ମେଡିକାଲରେ ଭର୍ତି କରାଯାଇଛି। ଗୁରୁତର ଥିବା ୩ ଜଣ ମହିଳା ହେଲେ ମୀନା, ବିନି, ରଜନୀ ଓ ପୁରୁଷ ସନାତନ ସାହୁ ଥିବା ଜଣାପଡ଼ିଛି।  କ୍ଷୀର ବୋଟଲିଂ ସମୟରେ ଏହି ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି। ଫଳରେ ପ୍ରାୟ ୧ ହଜାର ବୋତଲ ଫାଟି ଯାଇଛି। ଏହି ଘଟଣା ପରେ ଫ୍ୟାକ୍ଟ୍ରି ପରିସରରେ ଉତ୍ତେଜନା ଦେଖାଦେଇଛି । ଓମଫେଡ କର୍ମଚାରୀମାନେ ଫ୍ୟାକ୍ଟ୍ରି ପରିସରରେ ଧାରଣାରେ ବସି ରହିଛନ୍ତି । ଫ୍ୟାକ୍ଟ୍ରି କର୍ତ୍ତୃପକ୍ଷଙ୍କ ଖାମଖିଆଲି ଗୁଣ ପାଇଁ ଏହି ଅଘଟଣ ଘଟିଥିବା ଶ୍ରମିକମାନେ ଅଭିଯୋଗ ଆଣିଛନ୍ତି । ଶ୍ରମିକଙ୍କ ଧାରଣା ପାଇଁ ଫ୍ୟାକ୍ଟ୍ରିରେ କାମ ବନ୍ଦ ରହିଥିବା ସୂଚନା ମିଳିଛି । ପୋଲିସ ଏହି ଘଟଣାରେ ତନାଘନା ଆରମ୍ଭ କରିଥିବାବେଳେ ମେସିନ୍ ଫାଟିବାର କାରଣ କିଛି ସମୟ ପରେ ଜଣାପଡିବା ନେଇ ଆଶା କରାଯାଉଛି।