ଓସ୍କାର ସମ୍ମାନ : ଦି ସେପ୍ ଅଫ ୱାଟର ଶ୍ରେଷ୍ଠ ଚଳଚିତ୍ର

0
1001
shape of water poster

ହଲିଉଡ୍‌: ୯୦ ତମ ଓସ୍କାର ସମ୍ମାନ ଘୋଷିତ ହୋଇଯାଇଛି । ୯୦ ତମ ଏକାଡେମୀ ଆଓ୍ୱାର୍ଡ ଉତ୍ସବରେ ହଲିଉଡ୍‌ରେ ନାମୀଦାମୀ କଳାକାରଙ୍କ ସହ ସିନେମା ପ୍ରଯୋଜକ, ନିର୍ଦେଶକ ଓ ବୈଷୟିକ ସହାୟତା ଦେଉଥିବା ବ୍ୟକ୍ତି ବିଶେଷଙ୍କୁ ଦେଖିବାକୁ ମିଳିଥିଲା । ଚଳିତ ବର୍ଷ ‘ଦି ସେପ୍‌ ଅଫ୍‌ ଓ୍ୱାଟର’ କୁ ଶ୍ରେଷ୍ଠ ଚଳଚିତ୍ର ଭାବେ ଓସ୍କାର ସମ୍ମାନ ମିଳିଛି ।

oscar 2018
ସେହିପରି ବିଶ୍ୱର ଶ୍ରେଷ୍ଠ ଅଭିନେତ୍ରୀର ଭାବେ ଫ୍ରାନସେସ୍ ମାକ୍ ଡ଼ୋରମାଣ୍ଡ, ଶ୍ରେଷ୍ଠ ଅଭିନେତା ଭାବେ ଗ୍ୟାଲି ଓଲ୍ଡ ମ୍ୟାନ, ଶ୍ରେଷ୍ଠ ନିର୍ଦ୍ଦେଶକ ଭାବେ ଗୁଲିଏରମେ ଡ଼େଲ ଟେରୋ, ଶ୍ରେଷ୍ଠ ସଂଗୀତ ପାଇଁ କ୍ରିଷ୍ଟେନ ଆଣ୍ଡେରସନ, ଲୋପେଜ୍, ରବର୍ଟ ଲୋପେଜଙ୍କୁ ସମ୍ମାନିତ କରାଯାଇଛି ।
ଅନ୍ୟପକ୍ଷେ, ସିନେମାଟୋଗ୍ରାଫି ପାଇଁ ରୋଜର ଏ, ସ୍କ୍ରିନ ପ୍ଲେ ପାଇଁ ଜୋର୍ଡ଼ାନ ପିଲେ, ରୂପାନ୍ତରିତ ପଟ୍ଟକଥା ପାଇଁ ଜେମସ୍ ଆଇଭରୀ, କ୍ଷୁଦ୍ର ସିନେମା ପାଇଁ କ୍ରିସ୍ ଓଭରଟୋନ ଓ ରାଚେଲ ଶେଂଟୋନ, ପ୍ରାମାଣିକ ଚଳଚ୍ଚିତ୍ର ପାଇଁ ଫ୍ରାଙ୍କ ଷ୍ଟିଫେଲ, ସିନେମା ସମ୍ପାଦନ ପାଇଁ ଲି ସ୍ମିଥ୍, ଆନିମେସନ ସିନେମା ପାଇଁ ଲି ଉନ୍କ୍ରିଚ୍ ଓ ଡ଼ାର୍ଲା କେ ଆଣ୍ଡରସନ୍, ଶ୍ରେଷ୍ଠ ସହାୟକ ଅଭିନେତ୍ରୀ ଭାବେ ଆଲିସୋ ଜାନେ ଓ ଶ୍ରେଷ୍ଠ ବିଦେଶୀ ଚଳଚ୍ଚିତ୍ର ଭାବେ ଏ ଫାଂଟାଷ୍ଟିକ୍ ୱିମେନକୁ ଚୟନ କରାଯାଇ ପୁରସ୍କୃତ କରାଯାଇଛି ।