ଓଡ଼ିଆ ଉଦଭାବକଙ୍କ କମାଲ : ପଙ୍କଚର ହେଉନଥିବା ଟାୟାରକୁ ମିିଳିଲା ନାସା ପୁରସ୍କାର

0
836
sambalpur ra parisrami odia baigyanika mr. panda
sambalpur ra parisrami odia baigyanika mr. panda

ଭୁବନେଶ୍ୱର : ସମ୍ବଲପୁରର ଯୁବ ବୈଜ୍ଞାନିକ ତଥା ଉଭାବକ ସମୀର ପଣ୍ଡା ଓ ତାଙ୍କର ସହଯୋଗୀମାନେ ମିଶି ୪୦ ହଜାର ଘଣ୍ଟାରୁ ଅଧିକ ସମୟ ବିିନିଯୋଗ କରି ଏକ ସବୁଜ ଟାୟାର ଉଭାବନ କରିଛନ୍ତି ଯାହା ଅନେକ ଆଶ୍ଚର୍ୟ୍ୟ ସୃଷ୍ଟି କରିଛି । ଏହି ଟାୟାର ଦ୍ୱାରା ଗାଡ଼ି ପଙ୍କଚର ହେବ ନାହିଁ । ଅତ୍ୟଧିକ ଚାପ ଓ ଚାପ ଜନିତ ବିସ୍ପୋରଣ ହେବାର ସମସ୍ୟା ଉପୁଜିବ ନାହିଁ ।
ଟାଇଚି ଜୁନୋ ପ୍ରକଳ୍ପ ମାଧ୍ୟମରେ ସମୀର ଓ ତାଙ୍କ ସହଯୋଗୀ ଉଦିତ, ସ୍ମିୃତିପର୍ଣ୍ଣା ଓ କେଏନ ପଣ୍ଡା ଏହି ଟାୟାର ପ୍ରସ୍ତୁତ କରିଛନ୍ତି । ଏହା ପଙ୍କଚର କୁ ଏଡ଼ାଇବା ବ୍ୟତୀତ ଚକାର ଭାରସାମ୍ୟ ରକ୍ଷା କରିବା ସହିତ ଇନ୍ଧନ ଖର୍ଚ୍ଚ କମାଇବାରେ ସମର୍ଥ ହୋଇଛି । ସମୀରଙ୍କ ଏହି ଉଭାବନକୁ କ୍ରିଏଟ ଦି ଫ୍ୟୁଚର ଡ଼ିଜାଇନ କଣ୍ଟେଷ୍ଟ ୨୦୧୫ରେ ସର୍ବୋତ୍ତମ ୧୦ଟି ପ୍ରକଳ୍ପ ମଧ୍ୟରେ ସ୍ଥାନ ଦେଇଛି ନାସା । ସଂପ୍ରତି ସମୀର ପୁନେ ରେ ଟାଟା ମୋଟର୍ସର ଏକ ବରିଷ୍ଠ ପଦବୀରେ ଅବସ୍ଥାପିତ । ନିଜ ଉଭାବିତ ଟାୟାରକୁ ପ୍ୟାଟେଣ୍ଟ କରିବା ଓ ସାରା ବିଶ୍ୱରେ ବ୍ୟବସାୟ କରିବାକୁ ତାଙ୍କ ଟିମ୍ ଏବେ ପ୍ରସ୍ତୁତ ହେଉଥିବା ସମୀର କହିଛନ୍ତି ।