କୋଣାର୍କ : ଓଡ଼ିଶା ବିକାଶ ପାଇଁ ନିଜକୁ ସମର୍ପିତ କରିବି । ଓଡ଼ିଶାକୁ ଉନ୍ନତ, ବିକଶିତ ଆଉ ସମୃଦ୍ଧ କରିବା ପାଇଁ ବ୍ୟବସ୍ଥା ନୁହେଁ, ସମାଜ ଚାହିଁଲେ ଓଡ଼ିଶାକୁ ଆଗକୁ ନେଇ ପାରିବ ବୋଲି କେନ୍ଦ୍ର ତୈଳ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ । ମହାନ ଓ ଅପାର ସମ୍ପଦରେ ଭରପୁର ଓଡ଼ିଶା ମାଟିକୁ ସମ୍ମାନ ଦେବାକୁ ପଡ଼ିବ । ସମୟ ଆସିଛି ଓଡ଼ିଶାକୁ ବିକାଶ, ପ୍ରଗତି ଓ ସମୃଦ୍ଧି ପଥରେ ଆଗେଇ ନେଇ ନୂଆ ଓଡ଼ିଶା ଗଢିବାକୁ ହେବ ବୋଲି କେନ୍ଦ୍ରମନ୍ତ୍ରୀ ସୂଚାଇଥିଲେ ।
ପବିତ୍ର ଉତ୍କଳ ଦିବସ ଅବସରରେ ଚନ୍ଦ୍ରଭାଗା ବେଳାଭୂମି ଦେଖିଥିଲା ନିଆରା ଦୃଶ୍ୟ । ୧୦ ହଜାରରୁ ଊଦ୍ଦ୍ୱର୍ ଯୁବାବର୍ଗ ଏକାଠି ହୋଇ ନୁଆ ଓଡ଼ିଶା ନିର୍ମାଣର ସଂକଳ୍ପ ନେଇଥିଲେ । ସେମାନଙ୍କୁ ଉତ୍ସାହିତ କରିବା ପାଇଁ ଉପସ୍ଥିତ ଥିବା କେନ୍ଦ୍ର ତୈଳ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜେ ବି ସଂକଳ୍ପ ନେଇଥିଲେ । ଓଡ଼ିଶାକୁ ଉନ୍ନତ, ବିକଶିତ ଆଉ ସମୃଦ୍ଧ କରିବା ପାଇଁ ଧର୍ମେନ୍ଦ୍ରଙ୍କ ପ୍ରତିଜ୍ଞା ଉପସ୍ଥିତ ଯୁବଶକ୍ତିକୁ ଅଧିକ ପ୍ରଜ୍ଜଳିତ କରାଇଥିଲା । ଶପଥ ନେବା ଅବସରରେ ମନ୍ତ୍ରୀ ଶ୍ରୀ ପ୍ରଧାନ ସରକାରୀ ବ୍ୟବସ୍ଥା ନୁହେଁ, ସମାଜ ଚାହିଁଲେ ଓଡ଼ିଶାକୁ ଆଗକୁ ନେଇ ପାରିବ ବୋଲି ସୂଚାଇଥିଲେ । ଓଡ଼ିଶାକୁ ଅପପୁଷ୍ଟିରୁ ମୁକ୍ତ କରିବା ନିଜ ଗାଁ ସହରକୁ ସ୍ୱଚ୍ଛ ଓ ପରିସ୍କାର ରଖିବା, ଖେଳ କୁଦରେ ସକ୍ରିୟ ଅଂଶ ଗ୍ରହଣ କରିବା ପାଇଁ ସମବେତ ଯୁବାବର୍ଗଙ୍କ ସହ ଶପଥ ନେଇଥିଲେ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ମହାନ ଓ ଅପାର ସମ୍ପଦରେ ଭରପୁର ଓଡ଼ିଶା ମାଟିକୁ ସମ୍ମାନ ଦେବାକୁ ପଡ଼ିବ । ସମୟ ଆସିଛି ଓଡ଼ିଶାକୁ ବିକାଶ, ପ୍ରଗତି ଓ ସମୃଦ୍ଧି ପଥରେ ଆଗେଇ ନେଇ ନୂଆ ଓଡ଼ିଶା ଗଢିବାକୁ ହେବ ବୋଲି କେନ୍ଦ୍ରମନ୍ତ୍ରୀ ସୂଚାଇଥିଲେ । ପ୍ରାଚୀ ଟ୍ରଷ୍ଟ ପକ୍ଷରୁ ଆୟୋଜିତ ଏହି ନୂଆ ଓଡ଼ିଶା ନିର୍ମାଣ ଅଭିଯାନରେ ଉତ୍କଳ ଦିବସର ସୂର୍ଯ୍ୟୋଦୟ ପୂର୍ବରୁ ୧୦ ହଜାର ଯୁବାବର୍ଗ ଏକାଠି ହୋଇ ଶପଥ ନେବା ଏକ ପ୍ରଚଣ୍ଡ ଇଚ୍ଛାଶକ୍ତିର ପ୍ରତିଫଳନ ବୋଲି କହିଥିଲେ ଏହାର ଆବାହକ ଲଳିତ କୁମାର ରଥ ।