କଂଗ୍ରେସକୁ ଝଟକା, ଗଞ୍ଜାମରେ ଚନ୍ଦ୍ରଶେଖରଙ୍କ ସହ ଶତାଧିକ କର୍ମୀଙ୍କ ଇସ୍ତଫା

0
884
congress member
congress member
ବ୍ରହ୍ମପୁର : ପୂର୍ବତନ କେନ୍ଦ୍ରମନ୍ତ୍ରୀ ଚନ୍ଦ୍ରଶେଖର ସାହୁଙ୍କ ସହିତ ଏ ଆଇସିସି ସଦସ୍ୟ ତଥା ପିସିସି ସାଧାରଣ ସଂପାଦକ ବିକ୍ରମ କୁମାର ପଣ୍ଡା ଓ ଗଞ୍ଜାମ ଜିଲ୍ଲା କଂଗ୍ରେସ ସଭାପତି ଭଗବାନ ଗନ୍ତାୟତ ଗୁରୁବାର ଆନୁଷ୍ଠାନିକ ଭାବେ କଂଗ୍ରେସ ଛାଡ଼ିଛନ୍ତି । ସେମାନେ ଏଆଇସିସି ଅଧ୍ୟକ୍ଷ ଓ ପିସିସି ସଭାପତିଙ୍କ ନିକଟକୁ ଇସ୍ତଫା ପତ୍ର ପଠାଇ ଦେଇଥିବା ଜଣାପଡ଼ିଛି ।
 ଚର୍ଚ୍ଚାର ଅବସାନ ଘଟିଛି । ଶେଷରେ ୪୦ ବର୍ଷର କଂଗ୍ରେସ ସଂପର୍କ କାଟି ଦେଇଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଚନ୍ଦ୍ରଶେଖର ସାହୁ । ଚନ୍ଦ୍ରଶେଖରଙ୍କ ସହିତ ଏ ଆଇସିସି ସଦସ୍ୟ ତଥା ପିସିସି ସାଧାରଣ ସଂପାଦକ ବିକ୍ରମ କୁମାର ପଣ୍ଡା ଓ ଗଞ୍ଜାମ ଜିଲ୍ଲା କଂଗ୍ରେସ ସଭାପତି ଭଗବାନ ଗନ୍ତାୟତ ଗୁରୁବାର ଆନୁଷ୍ଠାନିକ ଭାବେ କଂଗ୍ରେସ ଛାଡ଼ିଛନ୍ତି । ସେମାନେ ଏଆଇସିସି ଅଧ୍ୟକ୍ଷ ଓ ପିସିସି ସଭାପତିଙ୍କ ନିକଟକୁ ଇସ୍ତଫା ପତ୍ର ପଠାଇ ଦେଇଥିବା ଜଣାପଡ଼ିଛି । ବିଗତ ୯ ବର୍ଷ ଧରି କଂଗ୍ରେସର ଆନ୍ତଃକନ୍ଦଳ ଓ ସାଂଗଠନିକ ଶିଥିଳତା ରେ ପରିବର୍ତ୍ତନ ଆସିଲା ନାହିଁ । ରାଜ୍ୟରେ କଂଗ୍ରେସ ଅସ୍ତିତ୍ୱ ହରାଉଥିବା ପରି ମନେ ହେଉଥିବା ଦୃଷ୍ଟିରୁ ବାଧ୍ୟ ହୋଇ ୪୦ ବର୍ଷର ସଂପର୍କକୁ ତୁଟାଇବାକୁ ପଡ଼ିଲା ବୋଲି ନିଜ ପ୍ରତିକ୍ରିୟାରେ କହିଛନ୍ତି ଚନ୍ଦ୍ରଶେଖର । ଦୀର୍ଘ ୧୦ ବର୍ଷ ଧରି ଗଞ୍ଜାମ ଜିଲ୍ଲା କଂଗ୍ରେସ ସଭାପତି ରହିଆସିଥିବା ଭଗବାନ ଗନ୍ତାୟତ ମଧ୍ୟ ନିଜ ଇସ୍ତଫା ପଠାଇଦେଇଛନ୍ତି ।

ଚନ୍ଦ୍ରଶେଖର ସାହୁ, ଭଗବାନ ଗନ୍ତାୟତ, ବିକ୍ରମ ପଣ୍ଡା ଓରଫ ତୁମ୍ବନାଥ ପଣ୍ଡାଙ୍କ ସମେତ ଟାଉନ କଂଗ୍ରେସ ସଭାପତି ସଂଜିତ ପାଣିଗ୍ରାହୀ, ଏଏନଏସୟୁଆଇ ସଭାପତି ତାପସ ସାହୁ ମହିଳା କଂଗ୍ରେସ ସଭାପତି ବି.ପୁଷ୍ପାବତୀ, ପିସିସି ସଦସ୍ୟ ଦୁର୍ଗା ପ୍ରସାଦ ପଣ୍ଡା, ମଳୟ ବିଶୋୟୀ, ପ୍ରମୋଦ ବେବର୍ତ୍ତା ପ୍ରମୁଖ ଶତାଧିକ କଂଗ୍ରେସ କର୍ମୀ ଇସ୍ତଫା ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଗାମୀ ଏପ୍ରିଲ ୪ରେ ବ୍ରହ୍ମପୁର ଗସ୍ତ ସମୟରେ ଏହି ସମସ୍ତ ନେତା ବିଜେଡ଼ିରେ ସାମିଲ ହେବେ ବୋଲି ଜଣାପଡ଼ିଛି । ଅଧିକରୁ ଅଧିକ କଂଗ୍ରେସ କର୍ମୀ ବିଜେଡ଼ିରେ ସାମିଲ ପାଇଁ ଯୋର ଦାର ପ୍ରୟାସ ଚାଲିଛି ।