କଏଦୀ ଫେରାର ଘଟଣା : ୩ ସୁରକ୍ଷାକର୍ମୀ ନିଲମ୍ବିତ

0
1075
prisoner escaped
prisoner escaped
ଅନୁଗୁଳ :  କଏଦୀ ଫେରାର ହେବା ଘଟଣାରେ ୩ ଜଣ ସୁରକ୍ଷାକର୍ମୀଙ୍କୁ ନିଲମ୍ବନ କରାଯାଇଛି। କର୍ତ୍ତବ୍ୟରେ ଅବହେଳା ଯୋଗୁଁ ଏସପି ମିତ୍ରଭାନୁ ମହାପାତ୍ର ନିଲମ୍ବନ କରିଛନ୍ତି।
ଅନୁଗୁଳ କୋର୍ଟ ପରିସରରୁ ବିଚାରାଧୀନ କଏଦୀ ଫେରାର ହେବା ଘଟଣାରେ ୩ ଜଣ ସୁରକ୍ଷାକର୍ମୀଙ୍କୁ ନିଲମ୍ବନ କରାଯାଇଛି। କର୍ତ୍ତବ୍ୟରେ ଅବହେଳା ଯୋଗୁଁ ୨ ହାବିଲଦାର ଓ ଜଣେ କନେଷ୍ଟବଳଙ୍କୁ ଜିଲ୍ଲା ଏସପି ମିତ୍ରଭାନୁ ମହାପାତ୍ର ନିଲମ୍ବନ କରିଛନ୍ତି। ଆଜି ସକାଳେ ୪ଟି ହତ୍ୟାକାଣ୍ଡର ଅଭିଯୁକ୍ତ ଝସକେତନ ରାଉତ କୋର୍ଟ ପରିସରରୁ ଫେରାର ହୋଇଯାଇଥିଲା।

ଉଲ୍ଲେଖଯୋଗ୍ୟ ଯେ, ଅନୁଗୁଳ ଜିଲ୍ଲା ଛେଣ୍ଡିପଦାର ଝସକେତନ ଓରଫ ଝାଡୁ ୨୦୧୫ ମସିହାରେ ନିଜ ମାଉସୀ, ପୁତୁରା ଓ ୨ ଜଣ ଭାଇଙ୍କୁ ହତ୍ୟା କରି ମାଟି ତଳେ ପୋତି ପକାଇଥିବା ଅଭିଯୋଗରେ ଗିରଫ ହୋଇଥିଲା । ଟଙ୍କା କାରବାରକୁ ନେଇ ପରିବାରର ଚାରିଜଣଙ୍କୁ ହତ୍ୟା କରି ମାଟି ତଳେ ପୋତି ପକାଇଥିଲା ଝସକେତନ। ଆଜି ଜିଲ୍ଲା କୋର୍ଟରେ ହାଜର ହେବାକୁ ଆସିଥିବାବେଳେ ଶୌଚାଳୟ ଯିବା ବାହାନାରେ ଶୌଚାଳୟର ଆଜବେଷ୍ଟସ ଭାଙ୍ଗି ପୋଲିସ ନଜରକୁ ଚକମା ଦେଇ ଆସାମୀ ଝସକେତନ ଫେରାର ହୋଇଯାଇଥିଲା । ଏପରିକି ଫେରାର୍ ସମୟରେ ସେ ଏକ ମୋବାଇଲ୍ ନେଇ ଫେରାର ହୋଇ ଯାଇଥିଲା। ଝାଡୁକୁ ଧରିବା ପାଇଁ ପୋଲିସର ତଦନ୍ତ ପ୍ରକ୍ରିୟା ଜାରି ରହିଛି।