କମନୱେଲଥ ଗେମ: ଅଫିସିଆଲ ୱେବସାଇଟ୍ରେ ସୁଶୀଲ କୁମାରଙ୍କ ନାମ ନାହିଁ

0
946
susil kumar
susil kumar
ନୂଆଦିଲ୍ଲୀ : କମନୱେଲଥ ଗେମ ୨୦୧୮ ଅଫିସିଆଲ ୱେବସାଇଟ୍ରେ  ଭାରତୀୟ ପହେଲବାନ ସୁଶୀଲ କୁମାରଙ୍କ ନାମ ନାହିଁ । ତାଲିକାରେ ସୁଶୀଲ କୁମାରଙ୍କ ନାଁ ନଥିବାରୁ ସମସ୍ତେ ଆଶ୍ଚର୍ଯ୍ୟ ହୋଇଛନ୍ତି ।
 ଆରମ୍ଭ ହେବାକୁ ଆଉ କିଛି ଦିନ ବାକି ଅଛି । ହେଲେ ଏଠାରେ ଅଫିସିଆଲ ୱେବସାଇଟ୍ରେ  ଭାରତୀୟ ପହେଲବାନ ସୁଶୀଲ କୁମାରଙ୍କ ନାମ ନାହିଁ । ସୂଚନାଯୋଗ୍ୟ କି, ସୁଶୀଲ କୁମାର ଦୁଇ ଦୁଇ ଥର ଅଲମ୍ପିକ ପଦକ ଜିତି ସାରିଛନ୍ତି । ତାଲିକାରେ ସୁଶୀଲ କୁମାରଙ୍କ ନାଁ ନଥିବାରୁ ସମସ୍ତେ ଆଶ୍ଚର୍ଯ୍ୟ ହୋଇଛନ୍ତି । ବର୍ତମାନ  ନିଜ ନାଁକୁ ତାଲିକାରେ ଦେଖିବା ପାଇଁ ସୁଶୀଲ କୁମାରଙ୍କୁ ଆଗାମୀ ଶୁକ୍ରବାର ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡିବ ।  ମିଳିଥିବା ଖବର ଅନୁଯାୟୀ, ଭାରତୀୟ ଅଲମ୍ପିକ ସଂଘ (ଆଇଓଏ) ନିଜ ସ୍ପଷ୍ଟିକରଣ ଦେଇ କହିଛନ୍ତିି କି, ସେ ଏହି ପୁରା ଘଟଣାରେ ଅଜଣା ଅଛନ୍ତି । ବର୍ତମାନ ଏହି ଘଟଣା ସମାନାକୁ ଆସିବା ପରେ ଘଟଣା ସମ୍ପର୍କରେ ସଂଘରେ ଆଲୋଚନା କରାଯିବ । ଏହା ପୂର୍ବରୁ କମନୱେଲଥ ପାଇଁ ପ୍ରସ୍ତୁତ ହେଉଥିବା ସୁଶୀଲ କୁମାରଙ୍କୁ ଡବ୍ଲ୍ୟଏଫଆଇ ଅଧବକାରୀମାନଙ୍କୁ ମଧ୍ୟ କେତେ ଥର ଫୋନ କରିବାକୁ ପଡିଛି ।  ଆଇଓଏର ଅଧ୍ୟକ୍ଷ ନରୀନ୍ଦର ବାତ୍ରାଙ୍କ କହିବା ଅନୂଯାୟୀ, ୱେବସାଇଟରେ ସୁଶୀଲଙ୍କ ନାଁ ନ ରହିବା ଟେକନିକାଲ ତୃଟି ହୋଇଥାଇ ପାରେ, କାହିଁକି ନା ସୁଶୀଲ କୁମାରଙ୍କୁ ପ୍ରଥମରୁ କାର୍ଡ ଦିଆ ଯାଇଛି । କମନୱେଲଥ ଗେମରେ ଯିବାକୁ ଥିବା ସବୁ ଖେଳାଳିଙ୍କ ନାଁର ରିର୍ପୋଟ ଦିଆ ସରିଛି । ଏହା ମଧ୍ୟରେ ସୁଶୀଲ କୁମାରଙ୍କ ନାଁ ମଧ୍ୟ ରହିଛି ।