କମନ ୱେଲଥ ଗେମ: ରୌପ୍ୟ ପଦକ ଜିତିଲେ ତେଜସ୍ୱନୀ

0
1001
tejaswini samant won silver medal in cwg
tejaswini samant won silver medal in cwg
ନୂଆଦିଲ୍ଲୀ :  କମନ ୱେଲଥ ଗେମରେ ତେଜସ୍ୱନୀ ସାବନ୍ତ ଭାରତକୁ ଦେଲେ ୨୫ତମ ପଦକ । ଭାରତର ତେଜସ୍ୱନୀ ସାବନ୍ତ ମହିଳାଙ୍କ ୫୦ ମିଟର ଏୟାର ରାଇଫଲ ପ୍ରୋନ ପ୍ରତିଯୋଗିତାରେ ରୌପ୍ୟ ପଦକ ଜିତିଛନ୍ତି । ୨୧ତମ ରାଜ୍ୟ ଗୋଷ୍ଠୀ କ୍ରୀଡାର ୮ମ ଦିନରେ ଗୁରୁବାର ତେଜସ୍ୱନୀ ସମୁଦାୟ ୬୧୮.୯ ଅଙ୍କ ସହିତ ରୌପ୍ୟ ପଦକ ଜିତିଛନ୍ତି ।

ଏହା ସହିତ ଭାରତ ଖାତାରେ ବର୍ତମାନ ମୋଟ ୨୫ ପଦକ ଆସି ସାରିଛି, ସେଥିରୁ ୧୨ ଟି ସ୍ୱର୍ଣ୍ଣ ୫ଟି ରୌପ୍ୟ ୮ଟି ବ୍ରୋଂଚ ରହିଛି ।  ଏହି ପ୍ରତିଯୋଗିତାରେ ସିଙ୍ଗାପୁରର ମାର୍ଟିନା ଲିଣ୍ଡସେଙ୍କୁ ସ୍ୱର୍ଣ୍ଣ ମିଳିଛି । ସେ ସମୁଦାୟ ୬୨୧.୦ ଅଙ୍କ ସହିତ ପ୍ରଥମ ସ୍ଥାନରେ ରହିଛନ୍ତି । ସ୍କଟଲ୍ୟାଣ୍ଡର ସୁଟର ୬୧୮.୧ ଅଙ୍କ ସହିତ ତୃତୀୟ ସ୍ଥାନରେ ରହିଛନ୍ତି । ତାଙ୍କୁ ବ୍ରୋଂଚ ପଦକରେ ସନ୍ତୁଷ୍ଟ ହେବାକୁ ପଡିଛି ।