କର୍ଣ୍ଣାଟକରେ ସରକାର ଗଠନ ନେଇ ସସ୍ପେନ୍ସ

0
854
kumarswamy
kumarswamy

ବେଙ୍ଗାଲୁରୁ : କର୍ଣ୍ଣାଟକରେ ସରକାର ଗଠନ ନେଇ ସସ୍ପେନ୍ସ । ବିଜେପି ୧୦୪ଟି ପାଇ ସବୁଠୁ ବଡ଼ ପାର୍ଟି ରୂପେ ଉଭା ହୋଇଛି । ବହୁମତ ଠାରୁ ବିଜେପିର ୮ଟି ସଂଖ୍ୟା କମ୍ ପଡୁଥିବାରୁ ସରକାର ଗଠନ କରିବା ନେଇ ବିଭିନ୍ନ ଦଳ ପକ୍ଷରୁ ଅଙ୍କ କଷା ଆରମ୍ଭ ହୋଇ ଯାଇଛି ।
କୁମାରସ୍ୱାମୀଙ୍କ ଜେଡିଏସ ପାଇଁ ଆସିଛି ସୂବର୍ଣ୍ଣ ସୁଯୋଗ । କୁମାରସ୍ୱାମୀ କିଙ୍ଗ ମେକର କିମ୍ବା କିଙ୍ଗ ହେବେ ତାହା ଆଉ କିଛି ସମୟ ପରେ ଜଣାପଡିବ । ବିଶେଷ କରି କଂଗ୍ରେସ ଜେଡିଏସକୁ ବାହାରୁ ସମର୍ଥନ ଦେବା ନେଇ ହେଉଥିବା ଆଲୋଚନା କାର୍ଯ୍ୟକାରୀ ହେଲେ କୁମାରସ୍ୱାମୀ ମୁଖ୍ୟମନ୍ତ୍ରୀ ହେବ ଆଶଙ୍କା ମଧ୍ୟ ରହିଛି । କାରଣ କଂଗେସ ପାଖରେ ୭୮ଟି ବିଧାୟକ ଥିବାବେଳେ ଜେଡିଏସ ପାଖରେ ୩୮ ଜଣ ବିଧାୟକ ଅଛନ୍ତି । ବିଜେପିକୁ ୧୦୬ଟି ଆସନ ମିଳିଛି । ମୋଟ ୨୨୪ ଆସନ ମଧ୍ୟରୁ ୨୨୨ଟିରେ ନିର୍ବାଚନ ହୋଇଥିବାବେଳେ ୧୧୨ ସଂଖ୍ୟା ହେଲେ କୋଣସି ଦଳ ସରକାର ଗଠନ କରିପାରିବ ।