କର୍ଣ୍ଣାଟକର ଲୋକାୟୁକ୍ତଙ୍କୁ ଛୁରାମାଡ଼

0
787

ବେଙ୍ଗଲୁରୁ: କର୍ଣ୍ଣାଟକରେ ଲୋକାୟୁକ୍ତ ପି. ବିଶ୍ଵନାଥ ସେଟ୍ଟୀଙ୍କୁ ତାଙ୍କ ଅଫିସରେ ପଶି ତାଙ୍କୁ ଛୁରା ମାଡ଼ କରାଯାଇଛି। ଏହି ଘଟଣା ପୁରା ବେଙ୍ଗଲୁରୁରେ ହଇଚଇ ସୃଷ୍ଟି କରିଛି। ତୁରନ୍ତ ତାଙ୍କୁ  ହସ୍ପିଟାଲରେ ଭର୍ତ୍ତି କରାଯାଇଛି।  ପୋଲିସ ଅଭିଯୁକ୍ତକୁ ଗିରଫ କରିଛି।  ଆକ୍ରମଣକାରୀ କିଏ ଏବଂ କେଉଁ କାରଣ ପାଇଁ ସେ ଲୋକାୟୁକ୍ତଙ୍କୁ ମରଣାନ୍ତ ଆକ୍ରମଣ କରିଛି ତାର କାରଣ  ଜଣା ପଡିନାହିଁ। ଅନ୍ୟ ପଟେ ହସ୍ପିଟାଲରୁ ମିଳିଥିବା ସୂଚନା ମୁତାବକ ଲୋକାୟୁକ୍ତଙ୍କ ଜୀବନ ବିପଦମୁକ୍ତ ରହିଛି। ଲୋକାୟୁକ୍ତଙ୍କ ଉପରେ ହୋଇଥିବା ଆକ୍ରମଣ ଠିକ୍ ସେହି ସମୟରେ ହୋଇଛି ଯେଉଁ ସମୟରେ ଲୋକାୟୁକ୍ତ ନିଜର ଅଫିସରେ ଏକ ମାମଲା ଉପରେ  ଶୁଣାଣି କରୁଥିଲେ।  କୁହାଯାଉଛି ଯେ ଅଭିଯୁକ୍ତ ଧାରୁଆ ଅସ୍ତ୍ରରେ ପି ବିଶ୍ଵନାଥଙ୍କ ଉପରେ ମରଣାନ୍ତ ଆକ୍ରମଣ କରିଛି। ପି ବିଶ୍ଵନାଥ ସେଟ୍ଟୀଙ୍କୁ ମାଲ୍ୟା ହସ୍ପିଟାଲରେ ଭର୍ତ୍ତି କରାଯାଇଛି।  ସେଠାରେ ଜରୁରୀକାଳୀନ ବିଭାଗରେ  ତାଙ୍କର ଚିକିତ୍ସା କରାଯାଉଛି। କର୍ଣ୍ଣାଟକ ଗୃହ ମନ୍ତ୍ରୀ ରାମଲିଙ୍ଗା ସାମ୍ବାଦିକଙ୍କୁ କହିଛନ୍ତି ଯେ ସେଟ୍ଟୀ ଏବେ ବିପଦମୁକ୍ତ ଅଛନ୍ତି ଏବଂ ଅଭିଯୁକ୍ତକୁ ଗିରଫ କରାଯାଇଛି। ସୁରକ୍ଷାରେ ତ୍ରୁଟି ଥିବା  କାରଣରୁ ଏହି ଘଟଣା ଘଟିଥିବା କୁହାଯାଉଛି। ଏହା ସହିତ ଘଟଣାର ତଦନ୍ତ କରାଯାଉଛି ଯେ ଅଭିଯୁକ୍ତ କେମିତି ଅସ୍ତ୍ର ନେଇ ଅଫିସ ଭିତରକୁ ପଶିବାକୁ ସକ୍ଷମ ହେଲା।  ଏହା ମଧ୍ୟରେ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଲୋକାୟୁକ୍ତଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଛନ୍ତି।