କର୍ଣ୍ଣାଟକ ନିର୍ବାଚନ : ପ୍ରଥମ ଦିନରେ ୩ଟିରାଲିକୁ ସମ୍ବୋଧନ କରିବେ ମୋଦି

0
970
modi1
modi1

ନୂଆଦିଲ୍ଲୀ :  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାରଠାରୁ କର୍ଣ୍ଣାଟକରେ ନିର୍ବାଚନ ପ୍ରଚାର ଅଭିଯାନ ଆରମ୍ଭ କରିବାକୁ ଯାଉଛନ୍ତି । ପ୍ରଥମ ଦିନରେ ମୋଦି ୩ଟି ନିର୍ବାଚନ ରାଲିକୁ ସମ୍ବୋଧନ କରିବେ ।

କର୍ଣ୍ଣାଟକ ବିଧାନସଭା ନିର୍ବାଚନ ତାରିଖ ପାଖେଇ ଆସୁଛି । ସବୁ ରାଜନୈତିକ ଦଳ ନିର୍ବାଚନ ବୈତରଣୀ ପାରି ହେବାକୁ ବହୁ ଉଦ୍ୟମ କରୁଛନ୍ତି । ସେଥିପାଇଁ ରାଜନେତାମାନଙ୍କ ମଧ୍ୟରେ ବିଭିନ୍ନ ରଣକୌଶଳ ପ୍ରସ୍ତୁତ କରାଯାଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାରଠାରୁ କର୍ଣ୍ଣାଟକରେ ନିର୍ବାଚନ ପ୍ରଚାର ଅଭିଯାନ ଆରମ୍ଭ କରିବାକୁ ଯାଉଛନ୍ତି । ପ୍ରଥମ ଦିନରେ ମୋଦି ୩ଟି ନିର୍ବାଚନ ରାଲିକୁ ସମ୍ବୋଧନ କରିବେ । କଂଗ୍ରେସ ୨ୟ ଥର ପୁଣି ଥରେ କ୍ଷମତାକୁ ଆସିବାକୁ ଉଦ୍ୟମ କରୁଥିବା ବେଳେ ବିଜେପି ନୂଆ ସାମ୍ରାଜ୍ୟ ପାଇଁ ଚେଷ୍ଟା ଚଲାଇଛି ।  ପ୍ରଧାନମନ୍ତ୍ରୀ ମୋଦି ମଙ୍ଗଳବାର ଚାମରାଜନଗର ଜିଲ୍ଲାର ସାନ୍ଥେମରହଲୀ ଓ ବେଲଗାବିର ଉଡୁପି ଏବଂ ଚିକ୍କୋଡିରେ ରାଲିକୁ ସମ୍ବୋଧନ କରିବେ । ଉଡୁପି ରାଲି ପୂର୍ବରୁ ମୋଦି କୃଷ୍ଣ ମଠ ଗସ୍ତ କରିବେଓ ମଠାଚାର୍ଯ୍ୟଙ୍କୁ ଭେଟିବେ । କର୍ଣ୍ଣାଟକରେ ୨୨୪ଟି ବିଧାନସଭା ଆସନ ପାଇଁ ଚଳିତ ମାସ ୧୨ ତାରିଖରେ ନିର୍ବାଚନ ହେବ । ନିର୍ବାଚନ ପୂର୍ବରୁ ବିଜେପି, ଜେଡିଏସ ଓ କଂଗ୍ରେସ ନିଜର ଶକ୍ତି ପ୍ରଦର୍ଶନ କରୁଛନ୍ତି ।

ନରେନ୍ଦ୍ର ମୋଦି ୫ ଦିନରେ ୧୫ଟି ବଡ ରାଲିରେ ସାମିଲ ହେବେ । ପ୍ରଥମ ପର୍ଯ୍ୟାୟ ରାଲି ୪୮ଟି ବିଧାନସଭା ନିର୍ବାଚନ ମଣ୍ଡଳୀକୁ ବ୍ୟାପିବ । ବିଜେପିର କର୍ଣ୍ଣାଟକ ଶାଖାକୁ ପ୍ରଧାନମନ୍ତ୍ରୀଙ୍କ ରାଲି ମଜବୁତ କରିବ ବୋଲି ଆଶା କରାଯାଉଛି ।  କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ୨୬୫୫ ଜଣ ପ୍ରାର୍ଥୀ ଛିଡ଼ା ହୋଇଛନ୍ତି । ଏଥିରେ ୨୪୩୬ ପୁରୁଷ ହୋଇଥିବା ବେଳେ ୨୧୯ ଜଣ ପ୍ରାର୍ଥୀ ହେଉଛନ୍ତି ମହିଳା । ନିର୍ବାଚନରେ ଛିଡ଼ା ହୋଇଥିବା ପ୍ରାର୍ଥୀମାନଙ୍କ ମଧ୍ୟରେ ୨୨୪ ହେଉଛନ୍ତି ବିଜେପି, ୨୨୨ କଂଗ୍ରେସ, ୨୦୧ ଜେଡିଏସ । ସେହିଭଳି ବହୁଜନ ସମାଜ ପାର୍ଟି ୧୮, ଭାରତୀୟ କମ୍ୟୁନିଷ୍ଟ ପାର୍ଟି ୨, ସିପିଆଇ ୧୯, ଏନସିପି ୧୪, ଓ ଅନ୍ୟ ଦଳ ୮୦୦ ପ୍ରାର୍ଥୀ ଛିଡ଼ା କରାଇଥିବା ବେଳେ ୧୧୫୫ ଜଣ ସ୍ୱାଧୀନ ପ୍ରାର୍ଥୀ ଛିଡ଼ା ହୋଇଛନ୍ତି ।