କର୍ଣ୍ଣାଟକ ନିର୍ବାଚନ: ପ୍ରଥମ ପର୍ଯ୍ୟାୟ ପାଇଁ ବିଜେପିର ପ୍ରାର୍ଥୀ ତାଲିକା ଘୋଷିତ

0
965
amit saha
amit saha

ନୂଆଦିଲ୍ଲୀ : କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟରେ ୭୨ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି ବିଜେପି।ଦିଲ୍ଲୀରେ ବଜେପି ହାଇକମାଣ୍ଡ ଏହି ନେତାମାନଙ୍କ ନାମ ଘୋଷଣା କରିଛି ।

ଭାରତୀୟ ଜନତା ପାର୍ଟି ପ୍ରଥମ ପର୍ଯ୍ୟାୟରେ ପ୍ରାର୍ଥୀ ତାଲିକା ଘୋଷଣା କରିଛି । କର୍ଣ୍ଣାଟକର ସମୁଦାୟ ୨୨୪ ବିଧାନସଭା ଆସନରେ ଭାରତୀୟ ଜନତା ଦଳ ପ୍ରଥମ ପର୍ଯ୍ୟାୟରେ ୭୨ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି । ଦଳର ଦିଲ୍ଲୀ ମୁଖ୍ୟ କାର୍ଯ୍ୟାଳୟରେ ୪ଥର ମାରାଥନ ବୈଠକ ପରେ ବଜେପି ହାଇକମାଣ୍ଡ ଏହି ନେତାମାନଙ୍କ ନାମ ଘୋଷଣା କରିଛି ।  ବିଜେପିର କେନ୍ଦ୍ରୀୟ ନିର୍ବାଚନ କମିଟିର ଦିଲ୍ଲୀରେ ଅନୁଷ୍ଠିତ ବୈଠକରେ କର୍ଣ୍ଣାଟକ ନିର୍ବାଚନ ଉପରେ ଅଧିକ ଗୁରୁତ୍ୱ ଦିଆଯାଇଛି । ବିଜେପି ମୁଖ୍ୟମନ୍ତ୍ରୀ ଆଶାୟୀ ପ୍ରାର୍ଥୀ ୟେଦୁରେପା ୧୪୦ ଜଣଙ୍କ ନାମ ତାଲିକା ଦାଖଲ କରିଥିଲେ । କୁହାଯାଉଛି ଯେ, ୟେଦୁରେପ୍ପା ନିଜ ପସନ୍ଦରେ ପ୍ରାର୍ଥୀ ତାଲିକା ପଠାଇ ଥିଲେ । ଏଥିରୁ ଶ୍ରେଷ୍ଠ ନେତାଙ୍କ ନାମ ଚୟନ କରି ୭୨ ଜଣ ପ୍ରାର୍ଥୀଙ୍କ ନାମ ତାଲିକାରେ ସାମିଲ କରାଯାଇଛି । ୟେଦୁରେପ୍ପା ଶିକାରୀପୁର ଆସନରୁ ନିର୍ବାଚନରେ ଅବତୀର୍ଣ୍ଣ ହେବେ ।  କର୍ଣ୍ଣାଟକରେ କଂଗ୍ରେସର ପ୍ରସ୍ତୁତି ସମ୍ପର୍କରେ ରାହୁଲ ଗାନ୍ଧୀ ଗତ କିଛି ଦିନ ହେବ ସକ୍ରିୟ ହୋଇ ଉଠିଛନ୍ତି । ରାହୁଲ ଯୋରଦାର ପ୍ରଚାର ମଧ୍ୟ କରୁଛନ୍ତି । ରାଜ୍ୟରେ କ୍ଷମତାସୀନ କଂଗ୍ରେସ ସରକାର ଆଗାମୀ ଦିନରେ ମଧ୍ୟ କ୍ଷମତାକୁ ଜାରି ରଖିବାକୁ ଉଦ୍ୟମ କରୁଛି । ଏଥି ପାଇଁ ରାହୁଲ ଗାନ୍ଧୀ ମଧ୍ୟ ଉଦ୍ୟ କରୁଛନ୍ତି ।