କର୍ଣ୍ଣାଟକ : ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ୟେଦୁରପ୍ପା

0
746
yedurappa sworn in as cm
yedurappa sworn in as cm
ବାଙ୍ଗାଲୁର :  ୟେଦୁରପ୍ପାଙ୍କ ଶପଥ ଗ୍ରହଣ ଉତ୍ସବ ଉପରେ ରୋକ ଲଗାଇବାକୁ ସୁପ୍ରିମକୋର୍ଟ ମନା କରିବା  ପରେ  କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଭାବେ ତୃତୀୟ ଥର ପାଇଁ ଶପଥ ଗ୍ରହଣ କରିଛନ୍ତି ୟେଦ୍ୟୁରପ୍ପା । ଗୁରୁବାର ସକାଳ ୯ଟାରେ କର୍ଣ୍ଣାଟକ ରାଜଭବନ ପରିସରରେ ବିଜେପି ନେତା ବିଏସ ୟେଦୁରପ୍ପାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ ଭଜୁଭାଇ ଭାଲା ।

ଘରୁ ରାଜଭବନ ଆସିବା ବାଟରେ ୟେଦୁରପ୍ପା ରାଧାକୃଷ୍ଣ ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି । ଶପଥ ଗ୍ରହଣ ପରେ ସେ ସଂଖ୍ୟାଗରିଷ୍ଠତା ପ୍ରମାଣ କରିବାର ଘୋଷଣା କରିବେ ବୋଲି ବିଜେପି ସୂତ୍ରରୁ ପ୍ରକାଶ । ବିଜେପି ନେତା ଅନନ୍ତ କୁମାର ଗଣମାଧ୍ୟମ ଆଗରେ ୟେଦୁରପ୍ପାଙ୍କ ନେତୃତ୍ୱାଧିନ ବିଜେପି ସରକାର ବିଧାନସଭାରେ ସଂଖ୍ୟା ଗରିଷ୍ଠତା ସାବ୍ୟସ୍ତ କରାଇପାରିବାର ଭରସା ଦେଇଛନ୍ତି । କେନ୍ଦ୍ରମନ୍ତ୍ରୀ ଜେପି ନଡ୍ଡା, ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରକାଶ ଜାଭେଦକର ରାଜଭବନର ଏହି ଶପଥ ଗ୍ରହଣ ସମାରୋହରେ ଉପସ୍ଥିତ ଥିଲେ ।