କଶ୍ମୀର ଏନ୍‌କାଉଣ୍ଟର: ୧୩ ଆତଙ୍କବାଦୀ ନିହତ, ୩ ଯବାନ ସହିଦ, ୪ ନାଗରିକ ମୃତ

0
912
forces
forces

ଶ୍ରୀନଗର:  ଏନ୍‌କାଉଣ୍ଟରରେ ୩ଜଣ ଯବାନ ସହିଦ ହୋଇଥିବା ବେଳେ ସେନାର ଗୁଳିରେ ୧୩ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି।  ଗୁଳି ଚାଳନା ବେଳେ ୪ଜଣ ସାଧାରଣ ନାଗରିକଙ୍କର ମୃତ୍ୟୁ ଘଟିଛି ବୋଲି ଜମ୍ମୁ କଶ୍ମୀର ଡିଜିପି ଏସ୍‌ପି ବୈଦ୍ୟ କହିଛନ୍ତି।

ଜମ୍ମୁ କଶ୍ମୀରର ସୋପିଆ ଓ ଅନନ୍ତନାଗ ଜିଲ୍ଲାରେ ସେନା ପକ୍ଷରୁ କରାଯାଇଥିବା ଅପରେସନ ରବିବାର ସନ୍ଧ୍ୟାରେ ଶେଷ ହୋଇଛି। ସେନାର ଏନ୍‌କାଉଣ୍ଟରରେ ୩ଜଣ ଯବାନ ସହିଦ ହୋଇଥିବା ବେଳେ ଗୁଳି ଚାଳନା ବେଳେ ୪ଜଣ ସାଧାରଣ ନାଗରିକଙ୍କର ମୃତ୍ୟୁ ଘଟିଛି ବୋଲି ଜମ୍ମୁ କଶ୍ମୀର ଡିଜିପି ଏସ୍‌ପି ବୈଦ୍ୟ କହିଛନ୍ତି। ସେ କହିଛନ୍ତି ସେନାର ଗୁଳିରେ ୧୩ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ସେନା ପକ୍ଷରୁ ସୋପିଆ ଜିଲ୍ଲାର ଦରଗାଡ଼ ଓ କଛଦୋରା ଗାଁ ନିକଟରେ ଥିବା ଜଙ୍ଗଲରେ ଏନ୍‌କାଉଣ୍ଟର କରିଥିଲା। ଏନ୍‌କାଉଣ୍ଟର ବେଳେ ଜଣେ ଆତଙ୍କବାଦୀ ଗିରଫ ହୋଇଛି। ଏସ୍‌ପି ବୈଦ୍ୟ କହିଛନ୍ତି, ସୋପିଆର ଦ୍ରାଗଡ଼ରେ ମରାଯାଇଥିବା ୧୩ ଜଣ ଆତଙ୍କବାଦୀଙ୍କ ପରିଚୟ ମିଳି ସାରିଛି। ଏମାନେ ସମସ୍ତେ ସ୍ଥାନୀୟ ଅଞ୍ଚଳର। ସୋପିଆରେ ସେନାର ୩ଜଣ ଯବାନ ସହିଦ ହୋଇଛନ୍ତି। ସେହିଭଳି ଏଠାରେ ୨ଜଣ ସାଧାରଣ ନାଗରିକଙ୍କର ମୃତ୍ୟୁ ଘଟିଛି। ୨୫ ଜଣ ନାଗରିକ ଆହତ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୬ ଜଣଙ୍କ ଶରୀରରେ ଗୁଳି ଲାଗିଛି। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳ ଉତ୍ତେଜନାପୂର୍ଣ୍ଣ ରହିଛି। କଶ୍ମୀରର ଅନ୍ୟ ଅଞ୍ଚଳ ମଧ୍ୟ ସମ୍ବେଦନଶୀଳ ରହିଛି।