ମୁମ୍ବାଇ :ସିଦ୍ଧାର୍ଥ କାଉଲଙ୍କ ଘାତକ ବୋଲିଂ ବଳରେ ମୁମ୍ବାଇ ୩୧ ରନ୍ରେ ପରାସ୍ତ ହୋଇଛି। କାଉଲ ୪ ଓଭର ବୋଲିଂ କରି ୨୩ ରନ୍ ଦେଇ ହାଇଦ୍ରାବାଦ୍ର ୩ଟି ଓ୍ଵିକେଟ୍ ନେଇଥିଲେ।
ସନ୍ରାଇଜର୍ସ ହାଇଦ୍ରାବାଦ୍ର ବୋଲର ସିଦ୍ଧାର୍ଥ କାଉଲଙ୍କ ଘାତକ ବୋଲିଂ ବଳରେ ମୁମ୍ବାଇ ୩୧ ରନ୍ରେ ପରାସ୍ତ ହୋଇଛି। କାଉଲ ୪ ଓଭର ବୋଲିଂ କରି ୨୩ ରନ୍ ଦେଇ ହାଇଦ୍ରାବାଦ୍ର ୩ଟି ଓ୍ଵିକେଟ୍ ନେଇଥିଲେ। ସେହିପରି ରସିଦ ଖାଁ ଓ ବାସିଲ ଥାମ୍ପି ୨-୨ ଓ୍ଵିକେଟ୍ ନେଇଥିଲେ। ସନ୍ଦୀପ ଶର୍ମା, ମହମ୍ମଦ ନାବି ଓ ସାକିବୁଲ ହାସନଙ୍କୁ ଗୋଟିଏ ଲେଖାଏଁ ଓ୍ଵିକେଟ ମିଳିଥିଲା। ୧୧୯ ରନ୍ ବିଜୟ ଲକ୍ଷ୍ୟ ନେଇ ୨ୟ ପାଳି ଖେଳିଥିବା ମୁମ୍ବାଇ ଇଣ୍ଡିଆନସ୍ ମାତ୍ର ୧୨ ରନ୍ରେ ଇଭିନ ଲୁଇସକୁ ହରାଇଥିଲା। ୧୭ ରନ୍ରେ ୨ୟ ଓ୍ଵିକେଟ୍, ୨୧ ରନ୍ରେ ୩ୟ ଓ୍ଵିକେଟ୍, ୬୧ ରନ୍ରେ ୪ର୍ଥ ଓ୍ଵିକେଟ୍, ୭୩ ରନ୍ରେ ୫ମ ଓ୍ଵିକେଟ୍, ୭୭ ରନ୍ରେ ୬ଷ୍ଠ ଓ୍ଵିକେଟ୍, ୭୮ ରନ୍ରେ ୭ମ ଓ୍ଵିକେଟ୍, ୮୦ ରନ୍ରେ ୮ମ ଓ୍ଵିକେଟ୍ ଓ ୮୧ ରନ୍ରେ ୯ମ ଓ୍ଵିକେଟ୍ ପଡ଼ିଥିଲା।
ପୂର୍ବରୁ ସନରାଇଜର୍ସ ହାଇଦ୍ରାବାଦ୍ ୧୮.୪ ଓଭରରେ ୧୧୮ ରନ୍ରେ ସମସ୍ତ ଓ୍ଵିକେଟ୍ ହରାଇଥିଲା। ମୁମ୍ବାଇକୁ ଜିତିବା ପାଇଁ ୧୧୯ ରନ୍ ଟାର୍ଗେଟ ଦେଇଥିଲା। ୟୁସୁଫ ପଠାନ(୨୯) ଅନ୍ତିମ ପର୍ୟ୍ୟାୟରେ ଭଲ ବ୍ୟାଟିଂ କରିଥିଲେ କିନ୍ତୁ ମୁସ୍ତାଫିଜୁର ରହମାନଙ୍କ ବଲରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ହାତରେ ଆଉଟ ହୋଇଥିଲେ। ପଠାନ ୩୩ଟି ବଲ ଖେଳି ୨ଟି ଚୌକା ଓ ଗୋଟିଏ ଛକା ମାରିଥିଲେ। ମୁମ୍ବାଇ ଇଣ୍ଡିଆନ୍ ପକ୍ଷରୁ ମୟଙ୍କ ମାର୍କଣ୍ଡେୟ ୩ ଓଭରରେ ୧୫ ରନ୍ ଦେଇ ୨ଟି ଓ୍ଵିକେଟ୍ ନେଇଥିଲେ। ଏହା ବ୍ୟତୀତ ମିସେଲ ମ୍ୟାକଲେଙ୍ଘନ ଓ ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟ ୨-୨ ଓ୍ଵିକେଟ୍ ନେଇଥିଲେ