କାବୁଲରେ ଆତ୍ମଘାତୀ ଆକ୍ରମଣ : ୭ ସାମ୍ବାଦିକ ସମେତ ୨୯ ମୃତ

0
947
blast in kabul
blast in kabul

ନୂଆଦିଲ୍ଲୀ :  କାବୁଲରେ ଦୁଇଟି ଆତ୍ମଘାତୀ ଆକ୍ରମଣରେ ୭ ସାମ୍ବାଦିକ ସମେତ ୨୯ ଜଣଙ୍କ ମୃତ୍ୟୁ ଘଟିଛି।କାବୁଲରେ ଦୁଇଟି ଆତ୍ମଘାତୀ ଆକ୍ରମଣରେ ୭ ସାମ୍ବାଦିକ ସମେତ ୨୯ ଜଣଙ୍କ ମୃତ୍ୟୁ ଘଟିଛି।

ଆଫଗାନିସ୍ତାନ ରାଜଧାନୀ କାବୁଲ ପୁଣି ଥରେ ଦୋହଲି ଉଠିଛି। ସୋମବାର କାବୁଲରେ ଦୁଇଟି ଆତ୍ମଘାତୀ ଆକ୍ରମଣରେ ୭ ସାମ୍ବାଦିକ ସମେତ ୨୯ ଜଣଙ୍କ ମୃତ୍ୟୁ ଘଟିଛି। ସୂଚନା ମୁତାବକ କାବୁଲର ଶସଦାରକ କ୍ଷେତ୍ରରେ ଏହି ଆକ୍ରମଣ ହୋଇଛି। ପୋଲିସ ମୁତାବକ ମୃତକଙ୍କ ସଂଖ୍ୟା ବୃଦ୍ଧି ହୋଇପାରେ। ବିସ୍ଫୋରଣରେ ୪୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। କାବୁଲର ଶସଦାରକ ଅଞ୍ଚଳରେ ଦ୍ଵିତୀୟ ବିସ୍ଫୋରଣ ସେହି ସମୟରେ ହୋଇଥିଲା ଯେଉଁ ସମୟରେ ଲୋକେ ପ୍ରଥମ ବିସ୍ଫୋରଣରେ ଆହତଙ୍କୁ ସାହାଯ୍ୟ କରୁଥିଲେ।  ଆଫଗାନିସ୍ତାନ ସ୍ଵାସ୍ଥ୍ୟ ମନ୍ତ୍ରୀ ଏହି ଘଟଣାରେ ୨୯ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ଦେଇଛନ୍ତି।  ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଉଛି। ସୁରକ୍ଷା ବଳ ଓ ପ୍ରଶାସନର ସମସ୍ତ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରି ଦେଇଛନ୍ତି। ବର୍ତ୍ତମାନ ସୁଦ୍ଧା ବିସ୍ଫୋରଣର କାରଣ ଜଣା ପଡ଼ି ନାହିଁ।  ଏହି ବିସ୍ଫୋରଣରେ ୭ ଜଣ ସାମ୍ବାଦିକଙ୍କ ମୃତ୍ୟୁ ଘଟିଛି।  ପୋଲିସ ମୁତାବକ ପ୍ରଥମ ବିସ୍ଫୋରଣ ପରେ ଦ୍ଵିତୀୟ ବିସ୍ଫୋରଣ ଘଟିଥିଲା।  ଏଥିରେ ଅନେକ ପୋଲିସ ଅଧିକାରୀ  ମଧ୍ୟ ଆହତ ହୋଇଛନ୍ତି। କାବୁଲ ଆମ୍ବୁଲାନ୍ସ ସେବାର ପ୍ରମୁଖ ମହମ୍ମଦ ଅସୀମଙ୍କ ମୁତାବକ ବିସ୍ଫୋରଣ ପରେ ଆହତଙ୍କୁ ହସ୍ପିଟାଲ ନିଆଯାଉଥିବା ବେଳେ ଦ୍ଵିତୀୟ ବିସ୍ଫୋରଣ ଘଟିଥିଲା ଉଲ୍ଲେଖଯୋଗ୍ୟ ଗତ ୧୫ ଦିନରେ ଏ ପର୍ୟ୍ୟନ୍ତ ଆଫଗାନିସ୍ତାନରେ ମୋଟ୍ ୬ ଆକ୍ରମଣ ହୋଇଛି।  ଏକ ସପ୍ତାହ ପୂର୍ବେ କାବୁଲରେ ବୋମା ବିସ୍ଫୋରଣରେ ୬୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୨୯ ଜଣ ଆହତ ହୋଇଥିଲେ।