କାବୁଲ: ସୁରକ୍ଷାକର୍ମୀଙ୍କୁ ଚ୍ୟାଲେଞ୍ଜ, କାବୁଲରେ ବଡ଼ ଧରଣର ଆତ୍ମଘାତୀ ଆକ୍ରମଣ, ଏଥିରେ ଚାଲିଗଲା ୨୬ ଜୀବନ। ଆଫଗାନିସ୍ତାନ ରାଜଧାନୀ କାବୁଲରେ ବଡ଼ ଧରଣର ଆତ୍ମଘାତୀ ଆକ୍ରମଣ ହୋଇଛି। ଏଥିରେ ପ୍ରାୟ ୨୬ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୧୮ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ଗୁରୁତର ରହିଛି। କାବୁଲ ସହରରେ ପାରସୀ ନୂଆ ବର୍ଷର ଉତ୍ସବ ‘ନବରୋଜ’ ଚାଲିଥିବା ବେଳେ ଏହି ଆତ୍ମଘାତୀ ଆକ୍ରମଣ ହୋଇଛି। ଉତ୍ସବ ପାଳନକୁ କିଛି ସଙ୍ଗଠନ ବିରୋଧ କରି ଆସୁଥିଲେ। ତେଣୁ ସେମାନଙ୍କୁ ଟାର୍ଗେଟ କରି ଏହି ଆକ୍ରମଣ କରାଯାଇଥିବା ଆଶଙ୍କା କରାଯାଉଛି। ଗତ ଜାନୁୟାରୀ ମାସରେ କାବୁଲ ସହରରେ ଏକ ବଡ଼ଧରଣର ଆତ୍ମଘାତୀ ବିସ୍ପୋରଣ ହୋଇଥିଲା। ଏହାପରେ ପ୍ରଶାସନ ସଜାଗ ହେବା ସହିତ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିଥିଲା ବୋଲି ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଥିଲା। କିନ୍ତୁ ସୁରକ୍ଷାକର୍ମୀଙ୍କୁ ଚ୍ୟାଲେଞ୍ଜ କରି କାବୁଲରେ ପୁଣି ଏକ ଆତ୍ମଘାତୀ ଆକ୍ରମଣ ହୋଇଛି।
LATEST ARTICLE
People celebrate zero night for new year-2020
Bhubaneswar : In the eve of new yea 2020, people celebrate zero night at different hotels, clubs and other spots. All hotels are prepared...