କାର୍ଯ୍ୟାନୁଷ୍ଠାନ : ଆଳୁ କଳାବଜାରୀଙ୍କୁ ବାନ୍ଧିବାକୁ ନିର୍ଦ୍ଦେଶ ଦେଲେ ମନ୍ତ୍ରୀ

0
844
potato godown
potato godown

ଭୁବନେଶ୍ୱର : ଆଳୁ କଳାବଜାରୀଙ୍କୁ ବାନ୍ଧିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଶ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର । ଧାର୍ଯ୍ୟ ପରିମାଣ ଠାରୁ ଅଧିକ ପରିମାଣର ଆଳୁ ମହଜୁଦ୍ ରଖିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନିଆଯିବ ।
ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଶ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର ବିଭିନ୍ନ ଜିଲ୍ଲାପାଳମାନଙ୍କୁ ଆଳୁ କଳାବଜାରୀ ରୋକିବା ସହ ଏପରି କରୁଥିବା ବ୍ୟବସାୟୀଙ୍କୁ ବାନ୍ଧିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏନେଇ ଯୋଗାଣ ବିଭାଗ ପକ୍ଷରୁ ସବୁ ଜିଲ୍ଲାପାଳମାନଙ୍କୁ ଚିଠି ଲେଖି ଏହା ଜଣାଇଦେଇଛି । ତଦନୁ ଅନୁଯାୟୀ ୨ଦିନ ମଧ୍ୟରେ ରାୟଗଡା , ବାଲେଶ୍ୱର ,କେନ୍ଦୁଝର , ନବରଙ୍ଗପୁର , ଢେଙ୍କାନାଳ ଓ ଜଗତସିଂହପୁର ଅଞ୍ଚଳରେ ଥିବା ଆଳୁ ଗୋଦାମ ଉପରେ ରେଡ୍ କରାଯାଇଥିବା ବେଳେ କଟକ ଛତ୍ରବଜାରରେ ଆଜି ଯୋଗାଣ ବିଭାଗ ପକ୍ଷରୁ ରେଡ୍ କରାଯାଇଥିଲା। ଯୋଗାଣ ବିଭାଗ ଅଧିକାରୀ ମାନେ ଷ୍ଟକ୍ ଯାଞ୍ଚ କରିବା ସହ ରେଟ୍ ଲଗାଉଛନ୍ତି। ଧାର୍ଯ୍ୟ ମୂଲ୍ୟ ଠାରୁ ଅଧିକ ମୂଲ୍ୟରେ ଆଳୁ ବିକ୍ରି ହେଉଥିବାର ଖାଉଟି ମାନେ ଅଭିଯୋଗ କଲେ ସମ୍ପୃକ୍ତ ବ୍ୟବସାୟୀଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ନିଆଯିବ।

ସେହିପରି ଧାର୍ଯ୍ୟ ପରିମାଣ ଠାରୁ ଅଧିକ ପରିମାଣର ଆଳୁ ମହଜୁଦ୍ ରଖିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନିଆଯିବ । ବର୍ତମାନ ରାଜ୍ୟରେ ଆଳୁ ୩.୨ ଲକ୍ଷ ଟନ୍ ଉତ୍ପାଦନ ହେଉଥିବା ବେଳେ ୧୨.୩୫ ମେଟ୍ରିକ୍ ଟନ୍ ଆଳୁର ଆବଶ୍ୟକତା ରହିଛି । ଅବଶିଷ୍ଟ ଆଳୁ ପଶ୍ଚିମବଙ୍ଗରୁ ଅଣାଯାଉଛି ।